ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ୨୦ଟି ଜିଲ୍ଲାରେ କାଳବୈଶାଖୀ ସହିତ କୁଆପଥର ମାଡ ଏବଂ ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ୫୦ରୁ ୬୦କିମି ବେଗରେ ପବନ ବହିବ। ଏହି ଜିଲ୍ଲାମାନଙ୍କ ମଧ୍ୟରେ ସୁନ୍ଦରଗଡ଼, କେଉଁଝର, ଦେଓଗଡ଼,ଅନୁଗୁଳ, ଢ଼େଙ୍କାନାଳ,ଝାରସୁଗୁଡ଼ା,ବାଲେଶ୍ୱର,ଭଦ୍ରକ,ଗଞ୍ଜାମ,ଗଜପତି,ରାୟଗଡ଼ା,କନ୍ଧମାଳ,କୋରାପୁଟ,ମାଲକାନଗିରି,ନୟାଗଡ଼,ଖୋର୍ଦ୍ଧା,କଟକ,ପୁରୀ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି। ଘଡ଼ଘଡ଼ି ବିଜୁଳି ମାରିବା ବେଳେ ଘରୁ ନ ବାହାରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ସତର୍କ ସୂଚନା ଜାରି କରିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ କମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ର ୪୩.୩ଡିଗ୍ରି ଥିବା ବେଳେ ପାରାଦୀପରେ ସର୍ବନିମ୍ନ ତାପମାତ୍ର ୨୦.୫ ଡିଗ୍ରି ରହିଛି। ଓଡ଼ିଶାର ଅନ୍ୟସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପ୍ରକାଶ।୧୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବ ବୋଲି ବି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର