କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ୍‌-୨କୁ ଆନ୍ତର୍ଜାତିକ ପୁରସ୍କାର

ନୂଆପଡ଼ା : କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ସମୟରେ ଲୋକ ଯେପରି ସଂକ୍ରମଣ ହେଉଥିଲେ ଏହାକୁ ଦେଖି ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଦ୍ବାରା କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ୍‌-୨ ନିର୍ମାଣ କରାଯାଇଥିଲା। ଏହି ଚଳଚ୍ଚିତ୍ର ପଣ୍ଡିଚେରୀସ୍ଥିତ ମୋ‌କଖୋ ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇ ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି।

ନୂଆପଡ଼ା ଜିଲ୍ଲାର କଳାକାରମାନଙ୍କୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏହି ଚଳଚ୍ଚିତ୍ରଟି ଡ. ଶ୍ବେତ କୁମାର ଦାସଙ୍କ ଦ୍ବାରା ରଚିତ ଏବଂ ନିର୍ଦ୍ଦେଶିତ ହୋଇଥିବା ବେଳେ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଥିବାରୁ ନୂଆପଡ଼ାବାସୀ ଓ କଳାକାରମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ସମ୍ବନ୍ଧିତ ଖବର