ଆୟୁଷ ଚିକିତ୍ସା ଉପରେ ପ୍ରଥମ ଅନ୍ତର୍ଦେଶୀୟ ସମ୍ମିଳନୀ

ଭୁବନେଶ୍ୱର : ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଦୁବାଇର ଅନ୍ତର୍ଦେଶୀୟ ସମ୍ମିଳନୀ କକ୍ଷରେ ଆୟୁଷ ଚିକିତ୍ସା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆୟୁଷ ବିଭାଗ, ୟୁନାଇଟେଡ୍‌ ଆରବ ଏମିରେଟ୍‌ସର ସ୍ୱାସ୍ଥ୍ୟ ବିଭାଗ ଏବଂ ସାଇନ୍ସ ଇଣ୍ଡିଆ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରକୁ ଭାରତର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାୟକ, ୟୁନାଇଟେଡ୍‌ ଆରବ ଏମିରେଟ୍‌ସର କ୍ୟାବିନେଟ୍‌ ମନ୍ତ୍ରୀ ଶେଖ ମୋବାରକ୍‌ ନାୟନ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ଆୟୁଷ ବିଭାଗ ସଚିବ ଶ୍ରୀ ରାଜେଶ କୋଟେଚାଙ୍କ ସହ ୧୬ଟି ଦେଶର ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଏବଂ ୮୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଯୋଗ ଦେଇଥିଲେ। ଆଧୁନିକ ଜୀବନଚର୍ଯ୍ୟା ଦ୍ୱାରା ହେଉଥିବା ଦୁଃସାଧ୍ୟ ରୋଗ ଯଥା ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ବୃକ୍‌କ ଓ ଯକୃତଜନିତ ରୋଗ ଯଥା କର୍କଟ ରୋଗକୁ କିପରି ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସା ଦ୍ୱାରା ଭଲ କରାଯାଇ ପାରିବ ତାହା ଉପରେ ୧୬ଟି ଦେଶରୁ ହୋମିଓପ୍ୟାଥି ପାଇଁ ୧୬ଟି ସନ୍ଧର୍ଭ ଆଲୋଚନାରେ ସ୍ଥାନ ପାଇଥିଲା। ଓଡ଼ିଶାରୁ ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ଏଥିରେ ଯୋଗଦେଇ ସନ୍ଧର୍ଭ ଉପସ୍ଥାପନା କରିଥିଲେ। କର୍କଟ ରୋଗ ଆରମ୍ଭରୁ କିମ୍ବା ପ୍ରୀ-କ୍ୟାନ୍‌ସର ଅବସ୍ଥାରେ ହୋମିଓପ୍ୟାଥି ଚିକିତ୍ସା କଲେ ଏହା ଶରୀରର ବିଭିନ୍ନ ପ୍ରତିଷେଧକ ଜୀବକୋଷକୁ ଉଦ୍‌ଜିବୀତ କରାଇ ଏହି ରୋଗର କିପରି ନିରାକରଣ କରାଇ ପାରିଥାଏ ତାହା ଉପରେ ଡା. ନନ୍ଦ ଗବେଷଣାତ୍ମକ ସନ୍ଧର୍ଭର ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର