ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀରେ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।। ଏହି ବିଶାଳ ପ୍ରକଳ୍ପ ପାଇଁ ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ରଖାଯାଇଛି। ଆସନ୍ତା ୨୧ ତାରିଖରୁ ଅନ୍ଲାଇନ୍ ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଏହା ଜାରି ରହିବ। ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି।
ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଆଧ୍ୟାତିକ ସହର ‘ଶ୍ରୀକ୍ଷେତ୍ର’ ଆକାଶପଥରେ ଯୋଡ଼ିହେବ। ଫଳରେ ପୁରୀକୁ ପର୍ଯ୍ୟଟନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିବ। ଏଠାକୁ ଦେଶ-ବିଦେଶରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ।
ସୂଚନାଯୋଗ୍ୟ, ୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ। ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି। ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି। ପୁରୀରେ ବିମାନବନ୍ଦ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/43191427-d82a-4c69-84d1-aa005a41aa1f.jpeg)