ଆନ୍ତର୍ଜାତିକ ହେଲ୍‌ଥ ମେଡିକନ୍‌ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର,: ସ୍ଥାନୀୟ ଓୟୁଏଟି ଭେଟେରିନାରି କଲେଜ ପ୍ରେକ୍ଷାଳୟରେ ଆୟୋଜିତ ଦୁଇ ଦିନିଆ ପ୍ରଥମ ଆ‘ର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ’ହେଲ୍‌ଥ ମେଡିକନ୍‌-୨୦୧୯’ ଆଜି ଉଦ୍‌ଯାପିତ ହୋଇଯାଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ’ଔଷଧ, ପ୍ରଯୁଚ୍ଛି ଏବଂ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସଂପର୍କିତ ସର୍ବାଧୁନିକ ବ୍ୟବସ୍ଥା’ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏଥିରେ ଦେଶ ଓ ବିଦେଶ ୩୦୦ରୁ ଅଧିକ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ୮୦ରୁ ଊଦ୍ଧ୍ଵର୍ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଥିଲା।

ଆଜି ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଓ ବିହାରର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ସମାରୋହରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅଧ୍ୟକ୍ଷତା କରିଥିବା ବେଳେ ଆଇପିଏସ ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ପ୍ରଫେସର (ଡାଚ୍ଛର) ଚତୁର୍ଭୁଜ ଭୂୟାଁ ସ୍ୱାଗତ ଭାଷଣ ଓ ଆଇପିଏସ୍‌ ସାଧାରଣ ସମ୍ପାଦକ ଆଡଭୋକେଟ ଜ୍ୟୋତିପ୍ରକାଶ ମହା‘ି ଧନ୍ୟବାଦ କରିଥିଲେ। ଏହି ଅବସରରେ ଅସ୍ତ୍ରୋପଚାର କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଦେଶବିଦେଶର ୨୦ ଜଣ ବିଶିଷ୍ଟ ବିଶେଷଜ୍ଞଙ୍କୁ ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌)ର ସର୍ବୋଚ୍ଚ ସମ୍ମାନ ’ଏଫ୍‌ଏଆର୍‌ସିଏସ୍‌’ ଏବଂ ବିଭିନ୍ନ କ୍ଷେତ୍ରର ୫୦ଜଣ ବିଶିଷ୍ଟ ବ୍ୟଚ୍ଛିଙ୍କୁ ଆଇପିଏସ୍‌ର ଫେଲୋସିପ୍‌ ’ଏଫ୍‌ଆଇପିଏସ୍‌’ ପ୍ରଦାନ କରାଯାଇଥିଲା।


ସୂଚନାଯୋଗ୍ୟ ଯେ,୨୧ତାରିଖରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ୮୦ରୁ ଊଦ୍ଧ୍ଵର୍ ବିଶେଷଜ୍ଞ ସନ୍ଦର୍ଭ ପାଠ କରିଥିଲେ। ଆଇପିଏସ୍‌ର ସୋଭେନିୟର ଏବଂ ପ୍ରଫେସର (ଡାଚ୍ଛର) ଚତୁର୍ଭୁଜ ଭୂୟାଁଙ୍କ ଦ୍ୱାରା ରଚିତ ମଳାଶୟ ରୋଗ ସମ୍ପର୍କିତ ପୁସ୍ତକ ’ଫିସ୍‌’ ଉନ୍ମୋଚିତ ହୋଇଥିଲା। ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଏଲୋପାଥି, ହୋମିଓପାଥି, ଆୟୁର୍ବେଦ, ଦ‘ ଚିକିତ୍ସା, ଯୋଗ, ଫାର୍ମାସି, ଇଂଜିନିୟରିଂ, କୃଷି ବିଜ୍ଞାନ, ବନ ବିଜ୍ଞାନ, ଜୈବଭେଷଜ ବିଜ୍ଞାନ ଆଦି କ୍ଷେତ୍ରର ବିଶିଷ୍ଟ ବୈଜ୍ଞାନିକ, ଗବେଷକ, ଶିକ୍ଷକ, ଚିକିତ୍ସକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର