ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ରାଜ୍ୟସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ଯୋଗୁଁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମ୍ମିଳନୀ ସାମୂହିକ ଉପସ୍ଥିତିରେ ସମ୍ଭବପର ହୋଇ ନ ପାରିବାରୁ ଏହାକୁ ଭରଚୁଆଲ ମୋଡ୍‌ରେ ଆୟୋଜନ କରାଯାଇଥିଲା।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆମନ୍ତ୍ରିତ ଅତିଥି ଭାବରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା , ସମ୍ପାଦକ ଡାକ୍ତର ପ୍ରସନ୍ନ କୁମାର ଦାସ, ପୂର୍ବତନ ସଭାପତି ତଥା ଉପଦେଷ୍ଟା କୃପାସିନ୍ଧୁ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ସଂଘର ତ୍ରୈମାସିକ ପତ୍ରିକା ‘ଅପରାହ୍ନ’ର ଉନ୍ମୋଚନ କରିଥିଲେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପଣ୍ଡା ଏବଂ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା।

ଏଥିସହିତ ମହାସଂଘ ଦ୍ୱାରା ଅନୁବନ୍ଧିତ ତୃଣମୂଳସ୍ତରରେ ଥିବା ବରିଷ୍ଠ ନାଗରିକ ସଂଘମାନଙ୍କ ଦ୍ୱାରା ଆଜି ସାରା ରାଜ୍ୟରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଯାଇଛି।

ସମ୍ବନ୍ଧିତ ଖବର