ବ୍ରହ୍ମପୁର ଆଇଜର୍‌ ପ୍ରକଳ୍ପକୁ ଅନ୍ତର୍ଜାତୀୟ ସଫଳତା

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍‌ର ବିଦ୍ୟାର୍ଥୀମାନେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଆନ୍ତର୍ଜାତୀୟ ଜେନେଟିକ୍ ଇଞ୍ଜିନିୟରିଂ ମେସିନ୍ (ଆଇଜିଇଏମ୍‌) ଫାଉଣ୍ଡେସନ୍‌ ପରିଚାଳିତ ଦ୍ବାରା ବିଶ୍ବର ସର୍ବବୃହତ୍‌ ସିନ୍ଥେଟିକ୍ ବାୟୋଲୋଜି ଇନୋଭେସନ୍‌ ପ୍ରୋଗ୍ରାମ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଡେଙ୍ଗୁ ଜ୍ବର ଉପରେ ପରୀକ୍ଷା ନିରୀକ୍ଷା କରି ବ୍ରହ୍ମପୁର ଆଇଜର୍‌ର ବିଦ୍ୟାର୍ଥୀ ଏକ ପ୍ରକଳ୍ପ (ଏଫଆରଏପିପିଇ) ପ୍ରସ୍ତୁତ କରି ଉପରୋକ୍ତ ପ୍ରତିଯୋଗିତାରେ ପଂଜୀକରଣ କରିଥିଲେ। ଭର୍ଚୁଆଲ୍ ପ୍ଲାଟଫର୍ମରେ ୩୬ଟି ଦେଶର ୨୪୯ ଟିମ୍‌ର ପ୍ରାୟ ୬ହଜାର ଅଂଶଗ୍ରହଣକାରୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମଗ୍ର ବିଶ୍ୱର ବିଚାରପତିମାନଙ୍କର ଏକ ବିଶେଷଜ୍ଞଦଳ ମୂଲ୍ୟାଙ୍କନ କରିଥିଲେ। ବ୍ରହ୍ମପୁର ଆଇଜର୍‌ର ଉତ୍ତମ ସଂଗଠିତ ଆକ୍ସନ୍ ପ୍ଲାନ୍, ଡିଜାଇନ୍ ଏବଂ କାର୍ଯ୍ୟକାରିତା ସେମାନଙ୍କୁ ବିଶ୍ବ ଦରବାରରେ ଭାରତୀୟଙ୍କ ଅବଦାନକୁ ପ୍ରତିପାଦିତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି।

ସମ୍ବନ୍ଧିତ ଖବର