ବର୍ଲିନ୍‌ ଯୋଗ ଦିବସ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଜର୍ମାନୀର ରାଜଧାନୀ ବର୍ଲିନ୍‌ରେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସ୍ଥାନୀୟ ଲୋକଙ୍କ ସହ ଯୋଗାଭ୍ୟାସ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର। ବିଶ୍ୱକୁ ଭାରତ ହିଁ ସର୍ବଦା ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରିଆସୁଛି। ବିଶ୍ୱକୁ ଏକତା ମନ୍ତ୍ରରେ ବାନ୍ଧି ରଖିବାରେ ଯୋଗ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଭୁବନେଶ୍ୱର ଠାରୁ ବର୍ଲିନ୍‌ ପର୍ଯ୍ୟନ୍ତ ସବୁଠି ଯୋଗ ବିଦ୍ୟମାନ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ମନ ଓ ବୁଦ୍ଧି ସହ ଶରୀରର ଯୋଗସୂତ୍ର ରକ୍ଷା କରି ଜୀବନରେ ଶାନ୍ତି ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ଯୋଗୁଁ ଜାତିସଂଘ ଜୁନ୍‌ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ମାନ୍ୟତା ଦେଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ସହ ପ୍ରବାସୀ ଭାରତୀୟ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର