କେନ୍ଦ୍ରାପଡ଼ା : ଏକ ଦୁର୍ଘଟଣାକୁ କେନ୍ଦ୍ର କରି କେନ୍ଦ୍ରାପଡାରେ ୨ ଦିନ ତଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଗଣ୍ଡଗୋଳ ବଢିଥିଲା। ଆକ୍ରମଣ ଘଟଣାରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ସାମିଲ ଥିବାରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା ଦେଖା ଦେଇଥିଲା। ଫଳରେ ଆଜି ଇଦ୍ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ସୁରୁକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସହରରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ଆଜି ପୂର୍ବାହ୍ନ ୧୨ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ଆଜି ସନ୍ଧ୍ୟାରେ ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶାନ୍ତି କମିଟି ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁସାରେ ଗଣ୍ଡଗୋଳ ଘଟଣାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ହେବ। ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଏସପି ନୀତି ଶେଖର କହିଛନ୍ତି। ସେହିପରି ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଆଜି କେନ୍ଦ୍ରାପଡା ପରିସ୍ଥିତି ପାଇଁ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ସଂଜୀବ ପଣ୍ଡା, ଡିଆଇଜି ଦୀପ୍ତେଶ ପଟ୍ଟନାୟକ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ଡେରା ପକାଇ ରହିଥିଲେ। ସେମାନେ ଘଟଣା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀ ସହିତ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ଏସପିଙ୍କ ସହିତ ବୈଠକ କରିଥିଲେ।