ଆନ୍ତଃରାଜ୍ୟ ପୁଲିସ ବୈଠକ : ଉତ୍ତମ ସହଯୋଗ ଓ ସମନ୍ବୟକୁ ଗୁରୁତ୍ବ

କୋରାପୁଟ : ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କୋରାପୁଟରେ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡର ସୀମାନ୍ତ ଜିଲ୍ଲା ଗୁଡିକର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟ ପୁଲିସ ମଧ୍ୟରେ ସମନ୍ବୟ ଓ ସହଯୋଗ ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏହା ସହ ନିର୍ବାଚନ ବେଳେ ନକ୍ସଲ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯାଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ ଆଜି ଆନ୍ତଃରାଜ୍ୟ ପୁଲିସ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ କୋରାପୁଟ ରେଂଜର ସମସ୍ତ ଏସପିଙ୍କ ସମେତ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡର ସୀମାନ୍ତ ଜିଲ୍ଲା ଗୁଡିକର ଏସପିମାନେ ଯୋଗ ଦେଇଥିଲେ। ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ, ଇଷ୍ଟ ଗୋଦାବରୀ, ଜଗଦଲପୁର, ବସ୍ତର, ସୁକୁମା ଆଦି ଜିଲ୍ଲାର ଏସପିଙ୍କ ସମେତ କୋରାପୁଟ ରେଂଜର ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର