ବାରିପ: ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ହେଲେ ମୟୂରଭଞ୍ଜ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀକୁ ଯୋଜନାଭୁକ୍ତ କରାଯାଇନି। ଯାହାକୁ ନେଇ ଚାଷୀ ଓ ପରିବେଶବିତ୍ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ୧,୭୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ। ଗତ ଅକ୍ଟୋବର ୧୦ ତାରିଖରେ ସରକାରଙ୍କ ଦ୍ବାରା ୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହା ମଧ୍ୟରେ ରହିଛି କାଟ୍ରା ଲିଙ୍କ୍ ପ୍ରୋଜେକ୍ଟ (କଂସପାଳ ଆଇଏସ୍ଏସ୍ରୁ ଫିଡର୍ ଚ୍ୟାନେଲ୍), ବଂଶଧାରା-ଋଷିକୁଲ୍ୟା (ନନ୍ଦିନୀ ନାଳ) ଇଣ୍ଟର୍ଲିଙ୍କ୍, ହୀରାଧରବତୀ ଫ୍ଲଡ୍ ଫ୍ଲୋ ଚ୍ୟାନେଲ୍, ବାହୁଦା ତାମ୍ପରା ଲିଙ୍କ୍, ଓଙ୍ଗ-ସୁକତେଲ ଗାର୍ଲାଣ୍ଡ କେନାଲ ଓ ତେଲେଙ୍ଗିରି-ଉପର କୋଲାବ୍ ପିଏସ୍ପି। ହେଲେ ପ୍ରତିବର୍ଷ ଏକାଧିକ ଥର ବନ୍ୟା ଆସି ମୟୂରଭଞ୍ଜ ଓ ବାଲେଶ୍ୱରର ଲୋକଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଥିବା ଦୁଇ ନଦୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରାଯାଇନି। ସେହିପରି ମୟୂରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ଜଳସେଚନ ସୁବିଧା ନଥିବା ବେଳେ ସେକଥାକୁ ମଧ୍ୟ ଅଣଦେଖା କରାଯାଇଛି।
ଅସନ୍ତୋଷ ପ୍ରକାଶ କଲେ ଦୁଇ ଜିଲ୍ଲାର ଚାଷୀ
ଏନ୍ଡବ୍ଲ୍ୟୁଡିଏ ଦେଇଥିଲା ପ୍ରସ୍ତାବ
ଉଲ୍ଲେଖ ଥାଉକି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବନ୍ୟା ଆସିଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧୦ରୁ ଅଧିକ ବ୍ଲକ୍ର ୫୦,୦୦୦ରୁ ଅଧିକ ପରିବାର ନାହିଁ ନଥିବା ସମସ୍ୟା ଭୋଗନ୍ତି। ସେହିପରି ମୟୂରଭଞ୍ଜର ୭୦ ପ୍ରତିଶତ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାର ମାତ୍ର ୨୫ରୁ ୩୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଅଛି। ସୂଚନାଯୋଗ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ନେଇ ୨୫ ବର୍ଷ ତଳେ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ସେତେବେଳ ଜାତୀୟ ଜଳ ଉନ୍ନୟନ ସଂସ୍ଥା (ଏନ୍ଡବ୍ଲ୍ୟୁଡିଏ) ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଯୋଜନାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ତାହା କାଟ୍ ଖାଇଛି। ତେବେ ଏହା ପଛରେ କିଛି କାରଣ ଥିବା କୁହାଯାଉଛି। ଦକ୍ଷିଣ ଓ ମଧ୍ୟ ଓଡ଼ିଶାର ନଦୀକୁ ଅଗ୍ରାଧିକାର ଦେବା, ସୁବର୍ଣ୍ଣରେଖା ଭଳି ନଦୀକୁ ନେଇ କିଛି ଯୋଜନା କରିବା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ସହମତିର ଆବଶ୍ୟକତା ଥିବା ଏବଂ ପରିବେଶଗତ ଅନୁମତି କାରଣ ହୋଇପାରେ। ତେବେ ଏହାକୁ ନେଇ ବାରିପଦା ଓ ବାଲେଶ୍ୱରର ଚାଷୀ ସଂଘ ଓ ପରିବେଶବିତ୍ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗକୁ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାରେ ତୁରନ୍ତ ସାମିଲ କରିବା ନିହାତି ଜରୁରି ବୋଲି ବାରିପଦାର କୃଷକ ନେତା ରମେଶ ମାରାଣ୍ଡି କହିଛନ୍ତି। ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକାରୀମାନଙ୍କ କହିବା କଥା ହେଲା, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ଏକ କ୍ରମାଗତ ପ୍ରକ୍ରିୟା। ଏଥିରେ ବିଭିନ୍ନ ନଦୀ ପର୍ଯ୍ୟାୟକ୍ରମେ ସାମିଲ ହେବ। ଏନେଇ ଏନ୍ଡବ୍ଲ୍ୟୁଡିଏ ପାଖରେ ଓଡ଼ିଶାର ବିଭିନ୍ନ ନଦୀଗୁଡ଼ିକୁ ନେଇ ରିପୋର୍ଟ ଓ ପ୍ରସ୍ତାବ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/13/dagdadgzcvczvc-2025-10-13-03-30-23.jpg)