ଭୁବନେଶ୍ୱର: ବିଶ୍ୱ ଦରବାରରେ ଭାରତର ଟେକ ରଖିଥିବା ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପରିଚୟ ତ ଆମ ସମସ୍ତଙ୍କୁ ଜଣା। ପାଞ୍ଚ ଥର ବିଶ୍ୱ ଚାମ୍ପିୟନସିପ୍ ଜିତିଥିବା ଏହି ଶିଳ୍ପୀ ପ୍ରାୟ ୫୦ରୁ ଊର୍ଧ୍ୱ ଦେଶରେ ଭାରତକୁ ପ୍ରତିିନିଧିତ୍ୱ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ୧୧ ଥର ବିଶ୍ୱ ରେକର୍ଡ କରିବା ସହ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସୁଦର୍ଶନ ସବୁଠାରୁ ଉଚ୍ଚତମ ବାଲୁକା କଳା ପ୍ରସ୍ତୁତ କରି ଆମେରିକାର ପୂର୍ବ ରେକର୍ଡ ଭଙ୍ଗ କରି ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡରେ ବି ସ୍ଥାନ ପାଇଛନ୍ତି। ସେ ଦୁଇଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ମଧ୍ୟ ପାଇଛନ୍ତି। ୨୦୧୪ ମସିହାରେ ସେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ । ଏହା ବ୍ୟତୀତ ନେସ୍ନାଲ୍ ଟୁରିଜିମ୍ ଆଓ୍ଵାର୍ଡ ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ଭୂଷିତ ହୋଇଛନ୍ତି। ଏଥର ତାଙ୍କ ସହ ସ୍ୱତନ୍ତ୍ର ଆଳାପ।
Guinness World Records୧. ପ୍ରଶ୍ନ: ବାଲୁକା ଶିଳ୍ପ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ସୁଦର୍ଶନ କେବେ ବାଲି ଛାତିରେ ମଥା ରଖି ରାତି କାଟି ଦେଇଛନ୍ତି କି? କିପରି ଲାଗେ ବାଲିରେ ଶୋଇ ରାତି କାଟିବା ପରେ?
ଉତ୍ତର: ହଁ, ଅନେକ ଥର ଏପରି ହୋଇଛି। ଯଦି ଲାଗିବା କଥା ପଚାରୁଛନ୍ତି ତ ତେବେ ଜଣେ ଜଣେ କଳାକାର ପାଇଁ ତା କଳା ସହ ରହିବା ହେଉଛି ଦୁନିଆର ସବୁଠାରୁ ଭଲ ମୁହୂର୍ତ୍ତ। ମୁଁ ଯେତେବେଳେ ମୋ କଳା ସହ ଖୁବ୍ ଆନନ୍ଦ ଅନୁଭବ କରେ।
୨. ପ୍ରଶ୍ନ: କୁହାଯାଏ ସବୁ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ଥାଏ। ଆପଣଙ୍କ ସଫଳତା ପଛରେ କାହାର ହାତ ଅଛି? ସେ ନାରୀ ଜଣକ କିଏ?
ଉତ୍ତର: ନିଶ୍ଚିତ ଭାବେ ମୋ ପତ୍ନୀଙ୍କ ହାତ ରହିଛି। ସିଏ ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ଆଗକୁ ଯିବାକୁ ପ୍ରେରଣା ଦିଅନ୍ତି। ମୋ ସଫଳତାର ଶ୍ରେୟ ମୁଁ ନିଶ୍ଚିତ ରୂପେ ତାଙ୍କୁ ଦେବି।
୩. ପ୍ରଶ୍ନ: ଆପଣ ଅନେକ ଥର ବିଦେଶ ଯାଇଛନ୍ତି। କେବେ ଭାଷାଗତ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି କି? ଇଂରାଜୀ କହି ନପାରିବା କାରଣରୁ ବାହାରେ କେବେ ଅପଦସ୍ତ ହୋଇନାହାନ୍ତି?
ଉତ୍ତର: ଜଣେ କଳାକାଳ ପାଇଁ ତା କଳା ହିଁ ହେଉଛି ଭାଷା। ତା’ କଳା ଯାହା କହେ ତାହା ଅନେକ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରେ। ପୃଥିବୀର ଯେକୌଣସି ସ୍ଥାନରେ ଜଣେ କଳାକାରର କଳା କଥା କହିପାରେ।
୪. ପ୍ରଶ୍ନ: କୁହାଯାଏ ଜଣେ କଳାକାରକୁ ପ୍ରତ୍ୟେକ ପରିସ୍ଥିତିରେ କଳା ହିଁ ଦିଶେ। ଆପଣ କେବେଳ ନଗ୍ନ କଳାକୃତି କରିବାକୁ ଚିନ୍ତା କରିନାହାନ୍ତି?
ଉତ୍ତର: ନା, ମୁଁ ସେପରି କେବେ କରିନାହିଁ କିମ୍ବା କରିବାର ଅଭିଳାଷ ମଧ୍ୟ ନାହିଁ।
Mens Day Out୫. ପ୍ରଶ୍ନ: ଆପଣ ପୁରୀର ପୁଅ। ମହାପ୍ରଭୁ ଜଗନ୍ନାଥଙ୍କ ଧାମରେ ଆପଣଙ୍କ ଜନ୍ମ। କେବେ ବାଲିରେ ଜଗନ୍ନାଥଙ୍କୁ କରିବା ପରେ ସେ ବାଲିରୁ ବାହାରି ଆସି ଆପଣଙ୍କ ପାଇଁ ଜୀବନ୍ତ ହୋଇଯିବାର କିଛି ଅନୁଭୂତି ଅଛି କି?
ଉତ୍ତର: ପ୍ରକୃତ କଥା ହେଲା ମୁଁ କ’ଣ ସଂସାର କୌଣସି ଶିଳ୍ପୀ ଜଗନ୍ନାଥଙ୍କୁ କରିପାରେନା। ଜଗନ୍ନାଥ ନିଜେ ନିଜକୁ ଗଢ଼ନ୍ତି। ବାଲୁକା କଳାର ସୃଷ୍ଟି ହେଉଛନ୍ତି ଜଗନ୍ନାଥ। ଭକ୍ତ ବଳରାମ ଦାସ ପ୍ରଥମେ ବାଲିରେ ଜଗନ୍ନାଥଙ୍କୁ ଗଢ଼ିଥିଲେ ଓ ସେଇଠୁ ହିଁ ବାଲୁକା ଶିଳ୍ପ ଆରମ୍ଭ ହୋଇଛି।
୬. ପ୍ରଶ୍ନ: ଗୋଟିଏ ସମୟରେ ଆପଣ ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିଲେ। ଆପଣଙ୍କ ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା। କେତେ ସଂଘର୍ଷ କରିବାକୁ ପଡ଼ିଛି?
ଉତ୍ତର: ଅନେକ। ସଂଘର୍ଷ ତ ବହୁତ କରିବାକୁ ପଡ଼ିଛି। ସଂଘର୍ଷ କରିଛି ବୋଲି ଆଜି ଏହି ସ୍ଥାନରେ ପହଞ୍ଚିଛି। ଆପଣ ଯଦି ସଂଘର୍ଷ ନକରନ୍ତି ତେବେ ଜୀବନ ଆପଣଙ୍କୁ ଉଚିତ ସ୍ଥାନରେ ପହଞ୍ଚାଇବ ନାହିଁ।
୭. ପ୍ରଶ୍ନ: ଅନେକଙ୍କ ମୁହଁରୁ ଶୁଣାଯାଏ ଯେ ସୁଦର୍ଶନ ନିଜ ଛାତ୍ରମାନଙ୍କ ସହାୟତାରେ ବାଲୁକା କଳା କରନ୍ତି ଓ ସବୁ ଶ୍ରେୟ ନିଜେ ନେଇ ଯାଆନ୍ତି। ଆପଣ କ’ଣ କହିବେ ଏପରି ଏକ କଥା ଉପରେ?
ଉତ୍ତର: ଲୋକ ତ କିଛି ବି କହିପାରନ୍ତି। ବାସ୍ତବ କଥା କ’ଣ ଆପଣ ନିଜେ ବି ଜାଣନ୍ତି। ତେବେ ମୋ ଛାତ୍ରମାନଙ୍କ ବିଷୟରେ ମୁଁ ଗୋଟିଏ କଥା କହିବି ଯେ ମୁଁ ଆଜି ବି ସେମାନଙ୍କଠାରୁ ଶିଖେ। ପ୍ରତ୍ୟେକ ଲୋକର କଳା ଭିନ୍ନ, ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାର ଅଛି।
conflatingVisions(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍ ହୋଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Sudarshan-Pattnaik_Special-Story_Thumbnail.jpg)