ଭୁବନେଶ୍ୱର: ୱେଲଫେୟାର ବିଲ୍ଡିଙ୍ଗ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ରେ ଟଙ୍କା ଲଗାଅ। ୫ ବର୍ଷରେ ହେବ ଦୁଇ ଗୁଣା। ଟଙ୍କା ଫେରସ୍ତ ନ ହେଲେ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଜାଗା ମିଳିବ। ଇଓଡବ୍ଲ୍ୟୁ ହାତରେ ଧରାପଡ଼ିିଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦର ସଂସ୍ଥା ୱେଲଫେୟାର ବିଲ୍ଡିଙ୍ଗ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ଏଭଳି ମିଛ ପ୍ରତିଶ୍ରୁତି ଦେଉଥିଲା।
ଓଡ଼ିଶାର ଭୁବନେଶ୍ୱର, ନୟାଗଡ ଓ କଟକରେ ଶାଖା ଖୋଲି ଟଙ୍କା ଲୁଟୁଥିଲା ମଲ୍ଲା ବିଜୟ। ଅଧିକ ସୁଧ ଦେବା ଆଳରେ ଲୋକଙ୍କୁ ଠକୁଥିଲା ଏହି ସଂସ୍ଥା। ମଲ୍ଲା ବିଜୟ ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥିଲେ ବୋଲି ଏସପି (ଇଓଡବ୍ଲ୍ୟୁ) ବିଜି ମହାନ୍ତି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ବିଶାଖାପଟନମରୁ ମଲ୍ଲା ବିଜୟକୁ ଗିରଫ କରାଯାଇଥିଲା। ୧୫୦ ଜଣଙ୍କୁ ମଲ୍ଲା ବିଜୟଙ୍କ ସଂସ୍ଥା ଠକିଥିବା ଇଓଡବ୍ଲ୍ୟୁ ପାଖରେ ଅଭିଯୋଗ ହୋଇଥିଲା। ଅଧିକ ତଦନ୍ତ ପାଇଁ ଇଓଡବ୍ଲ୍ୟୁ ରିମାଣ୍ଡରେ ଆଣିପାରେ ବୋଲି ଏସ୍ପି କହିଛନ୍ତି।
ଏସ୍ପି ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୪ ପରେ ବନ୍ଦ କରି ପଳେଇଥିଲା ସଂସ୍ଥା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ କାମ କରୁଛନ୍ତି। ଅଧିକ ତଦନ୍ତ ହେଲେ ପରେ ଏଜେଣ୍ଟଙ୍କର ସଂପୃକ୍ତି ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଏସପି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/21c8e430-e08d-4bfd-85fc-deb7fd9ce22c.jpg)