କୋରେଇ : କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବହୃତ କରୋନା ଟେଷ୍ଟିଂ କିଟ୍ ପୋଡ଼ାଯିବା ଘଟଣାରେ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗରେ ଭାଳେଣି ପଡ଼ିଛି। ଏହି କାରଣରୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ସଂଧ୍ୟାରେ ପୁଣି ଏଡିଏମ୍ଓ ସୁଧାଂଶୁ ଶେଖର ବଳ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ଗୁରୁବାର ସକାଳେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିରଞ୍ଚି ନାରାୟଣ ବାରିକ କୋରେଇ ମେଡିକାଲ ଅଫିସର ତାପସ ବେହେରାଙ୍କୁ ଡାକି ପଚରାଉଚରା କରିଛନ୍ତି।
ସୂଚନାଯୋଗ୍ୟ ଯେ କରୋନା କିଟ୍ ପୋଡ଼ି ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ତଦନ୍ତ ଆଳରେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଶ୍ରୀ ବାରିକ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଏହାର ପୁନଃ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। କରୋନାର ତୃତୀୟ ଲହର ଚାଲିଥିବା ବେଳେ କରୋନା କିଟ୍ ପୋଡ଼ି ଭଳି ଏକ ସମ୍ବେଦନଶୀଳ ଘଟଣାକୁ ତଦନ୍ତକାରୀ ଅତ୍ୟନ୍ତ ହାଲକା ଭାବେ ନେଇଥିଲେ। ଯାହାକୁ ସିଡିଏମ୍ଓ ନାପସନ୍ଦ କରିଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/jaj.jpg)