କୁଚିଣ୍ଡା : ସୋସିଆଲ ମିଡିଆରେ ନିଆଁଲିଭା ଅଧିକାରୀଙ୍କ ପ୍ରେମ ନିବେଦନର ଅଡିଓ ଭାଇରାଲ ହେବା ସାଙ୍ଗକୁ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସହରରେ ଏହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ବିଭାଗୀୟ ଜିଲ୍ଲା କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ନିଜ ବିଭାଗରେ ମଧ୍ୟ ଅଧସ୍ତନଙ୍କ ପ୍ରତି ସମ୍ପୃକ୍ତ ରଂଗିଲା ବାବୁଙ୍କ ବ୍ୟବହାର ଭଲ ନ ଥିବା ଏବଂ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଥିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ତେବେ ପୁଲିସରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।
ରଙ୍ଗିଲା ବାବୁଙ୍କ କାରନାମାର ଖୋଳତାଡ଼ ଆରମ୍ଭ
/sambad/media/post_attachments/wp-content/uploads/2023/03/love.jpg)