ସମ୍ବଲପୁର: ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଓ ସମ୍ବଲପୁର ପୁଲିସର ମିଳିତ ଆନୁକୂଲ୍ୟରେ ରବିବାର କନଷ୍ଟେବଳ ପରୀକ୍ଷା ଅନୁଷ୍ଠିତ ହେବ। ରବିବାର ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସମ୍ବଲପୁର ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସମ୍ବଲପୁରରେ ଏଥିପାଇଁ ୬ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ମୋଟ ୨୮୦୦ ଜଣ ପରୀକ୍ଷା ଦେବେ। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୫୫୨ ଜଣ, ସେଣ୍ଟ୍ ଯୋସେଫ୍ କନ୍ଭେଣ୍ଟ ସ୍କୁଲ୍ରେ ୭୭୨ ଜଣ, ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ରେ ୮୧୬ ଜଣ, ଲେଡି ଲୁଇସ୍ ସ୍କୁଲ୍ରେ ୩୬୦ ଜଣ, ଜିଲ୍ଲା ସ୍କୁଲ୍ରେ ୨୮୮ ଜଣ ଓ ମଦନାବତୀ ପବ୍ଲିକ୍ ସ୍କୁଲ୍ରେ ୩୧୨ ଜଣ ଏହି ପରୀକ୍ଷା ଦେବେ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ଉପରେ ୪୭୯୦ ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସମ୍ବଲପୁର ଜିଲ୍ଲା ପାଇଁ ୧୫୧ଟି ପଦ ରହିଛି।