କଟକ : ‘ନିଶା କାରବାରରେ କଳାଟଙ୍କା ପ୍ରସଙ୍ଗ ଏବେ ନୂଆ ଘଟଣା ହୋଇଛି। କିଛିବର୍ଷ ତଳ ଯାଏ ନାର୍କୋଟିକ୍ସରେ କଳାଧନ କଥା କେହି ଚିନ୍ତା କରୁ ନଥିଲେ। ପୂର୍ବରୁ ଗୋଲ୍ଡ ଜୁଏଲାରିରେ ଓ ରିୟଲ ଇଷ୍ଟେଟରେ ଏପରି କଳାଧନ ଥିଲା। ବର୍ତ୍ତମାନ ବିଚଳିତ କରିବାଭଳି ପ୍ରସଙ୍ଗ ହେଉଛି ଡ୍ରଗ୍ସ କାରବାରରେ କଳା ଟଙ୍କା ବିନିଯୋଗ ହେବା। ନିଶା କାରବାର ସମଗ୍ର ଦେଶରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଓଡ଼ିଶାରେ ମଧ୍ୟ ନିଶା କାରବାର ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ବ୍ରାଉନସୁଗାର ବିପୁଳ ପରିମାଣର ଧରାହେଉଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଡ୍ରଗ୍ସ ଯୋଗୁଁ ନାଗରିକଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ଦେଖାଦେଇଛି। ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଉଥିବାବେଳେ ଏଥିରେ ବିନିଯୋଗ ହେଉଥିବା କଳା ଟଙ୍କାର ସୂଚନା ମିଳୁଛି।’ ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକ ଅବସରରେ ଏହିଭଳି ସୂଚନା ନେଇଛନ୍ତି ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ସବୁ ଏଜେନ୍ସି ଭିତରେ ସମନ୍ବୟ ଉପରେ ଗୁରୁତ୍ବାରୋପ
୬/୭ ମାସ ଭିତରେ ହଜାର କୋଟି ଟଙ୍କାରୁ ଅଧିକର ଜିଏସ୍ଟି ଠକେଇ
/sambad/media/post_attachments/wp-content/uploads/2022/06/sit-300x180.jpg)
ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ୍ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କର ତେଲେଙ୍ଗାବଜାରସ୍ଥିତ ବାସଭବନରେ ଏହି ବୈଠକ ବସିଥିଲା। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସଙ୍ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସମଗ୍ର ଦେଶରେ ଏଯାବତ୍ ବିଭିନ୍ନ ବିଭାଗ ପକ୍ଷରୁ ଠାବ କରାଯାଇଥିବା କଳାଧନ ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର ବୈଠକରେ ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ନିଶା କାରବାରରେ କଳାଟଙ୍କା, ଜିଏସଟି ଠକେଇ ଓ ବେନାମି କାରବାର ପ୍ରସଙ୍ଗ ସହିତ ବିଭିନ୍ନ ବ୍ୟାଙ୍କ୍ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯାଇଥିଲା। ଦେଶ ଓ ଦେଶ ବାହାରେ କଳାଧନ ପ୍ରସଂଗରେ ସୂଚନା ଦେଇ ଜଷ୍ଟିସ ପଶାୟତ କହିଥିଲେ ଯେ ପାନାମା ପେପରରେ ୪ଶହରୁ ଅଧିକ ମାମଲା ଥିଲା। ପ୍ରାୟ ୩ଶହ ପାଖାପାଖି ମାମଲାରେ ପଦକ୍ଷେପ ନିଆଯାଇ ନଥିଲା। କାରଣ ପାନାମା ପେପରରେ ନାଁ ଥିଲେ ମଧ୍ୟ ସଂପୃକ୍ତ କାରବାର ଆଇନ ସମ୍ମତ ଥିବା ଜଣାପଡ଼ିଥିଲା। ବାକି ଶହେରୁ ଅଧିକ ମାମଲାରେ ପଦକ୍ଷେପ ନିଆଯାଇଥିଲା। ଅନ୍ୟପଟେ ପାଣ୍ଡୋରା ପେପେରରେ ନିକଟରେ ୭୦ଟି ନୂଆ ମାମଲା ଆସିଛି ବୋଲି ସେ କହିଥିଲେ। ସୁପ୍ରିମକୋର୍ଟରେ ଗତ ମେ ୯ରେ ଏସଆଇଟି ଅଷ୍ଟମ ରିପୋର୍ଟ ଦାଖଲ କରିଥିଲା। ଆଉ କିଛି ମାସ ପରେ ପରବର୍ତ୍ତୀ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2021/10/gst-300x175.jpg)
ବୈଠକରେ ବ୍ୟାପକ ବ୍ୟାପକ ଜିଏସ୍ଟି ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ୬/୭ ମାସ ଭିତରେ ହଜାର କୋଟି ଟଙ୍କାରୁ ଅଧିକର ଜିଏସ୍ଟି ଠକେଇ ଦେଖିବାକୁ ମିଳିଛି। କଳାଧନ ଠାବବେଳେ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଆଜିର ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଗୋଟିଏ ବିଭାଗ କଳାଧନ ଠାବ ପାଇଁ ଜଣେ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିବାବେଳେ ସେ ଖସିବାକୁ ବିଭିନ୍ନ ବାଟ ବାହାର କରୁଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ ସଂପୃକ୍ତ କରାଯିବା ଆବଶ୍ୟକ। ଯଦି ରାଜ୍ୟ ପୁଲିସ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଆୟ ବହିର୍ଭୂତ ମାମଲା କରିବ, ତେବେ ତୁରନ୍ତ ସେହି କଳାଟଙ୍କାର ଉତ୍ସ ଓ ଅନ୍ୟ ଦିଗର ଯାଞ୍ଚ ପାଇଁ ଅନ୍ୟ ଏଜେନ୍ସିକୁ ସଂପୃକ୍ତ କରିବାପାଇଁ ପଦକ୍ଷେପ ନେବ। ଅନ୍ୟ ଏଜେନ୍ସି ଗୁଡିକ ମଧ୍ୟ ଅନୁରୂପ ଭାବେ କଳାଧନ ଠାବ ପ୍ରସଙ୍ଗରେ ସମନ୍ବୟ ରଖି ପଦକ୍ଷେପ ନେବାଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ଇଡିର ନିର୍ଦ୍ଦେଶକ ସଂଜୟ ମିଶ୍ର, ଏନସିବି ଡିଜି ସତ୍ୟନାରାୟଣ ପ୍ରଧାନ, କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ସିବିଆଇ ଏସପି ପି.େକ.ପାଣ୍ଡେ, ସବିଡିଟି ଅଧ୍ୟକ୍ଷ ଏନ.ଗୁପ୍ତା, ଆରବିଆଇ, ଡିଆରଆଇ, ଜିଏସଟି ଓ ଅନ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।