ହାଇଦ୍ରାବାଦରେ ହେବ ନିବେଶକ ସମ୍ମିଳନୀ: ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ହେବ ‘ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ର ତୃତୀୟ ସଂସ୍କରଣ। ଏହା ପୂର୍ବରୁ ଦେଶର ପ୍ରମୁଖ ସହରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅକ୍ଟୋବର ୧୭ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌‌ଯୋଗ ଦେବେ। ନିବେଶକମାନଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିବେ।

ସମ୍ବନ୍ଧିତ ଖବର