ରାଜ୍ୟପାଳଙ୍କୁ ଭେଟିଲେ ଜମାକାରୀ ମିଳିତମଞ୍ଚ କର୍ମକର୍ତ୍ତା

ଭୁବନେଶ୍ବର : ଚିଟ୍‌ଫଣ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ସହ ୬ ଦଫା ଦାବି ନେଇ ଆଜି ଆର୍ଥିକ ସ˚ସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। କର୍ମକର୍ତ୍ତାମାନେ ସମସ୍ୟାକୁ ରାଜ୍ୟପାଳଙ୍କ ଦୃଷ୍ଟିଗୋଚର କରିବା ସହ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳ ଦାବିକୁ ଗମ୍ଭୀରତାର ସହ ନେଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ତେବେ କ୍ଷତିଗ୍ରସ୍ତମାନେ କିଭଳି ଟଙ୍କା ଫେରି ପାଇବେ ଏହା ଉପରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇବେ। ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ବାଳ ଓ ଅନୁରାଧା ସୁବୁଦ୍ଧି ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର