ଚେନ୍ନାଇରେ ଓଡ଼ିଶା ନିବେଶକ ସମ୍ମିଳନୀ : ଶିଳ୍ପପତିଙ୍କୁ ଓଡ଼ିଶାକୁ ଡାକିଲେ ମୁଖ୍ୟମନ୍ତ୍ରୀ

ରୋଡ୍‌ ସୋ’ରେ ଭାଗ ନେଲେ, ବ୍ୟକ୍ତିଗତ ଆଲୋଚନା କଲେ, ୩୦୦ରୁ ଅଧିକ ପ୍ରତିନିଧି ଯୋଗଦେଲେ

ଭୁବନେଶ୍ୱର : ଅାମର ପ୍ରାକୃତିକ ସମ୍ପଦ ହିଁ ଅାମର ପ୍ରକୃତ ଶକ୍ତି। ଏଣୁ ସରକାରର ୧୮ ବର୍ଷ ଶାସନ କାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ବିକାଶରେ ମୂଲ୍ୟଯୁକ୍ତ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଧାତୁ କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିଛି। ଆଜି ଦିନରେ ଓଡ଼ିଶା ଅାଲୁମିନିୟମ୍ ଏବଂ ଇସ୍ପାତ ଶିଳ୍ପରେ ପ୍ରମୁଖ ସ୍ଥାନ ହାସଲ କରିପାରିଛି। ଇତିମଧ୍ୟରେ ବନ୍ଦର କ୍ଷମତା ୧୯୦ ନିୟୁତ ଟନ୍‌କୁ ଓ ବିଦ୍ୟୁତ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ସଡ଼କ ଯୋଗାଯୋଗ ମଧ୍ୟ। କବଳ ପରିବହନ ବ୍ୟବସ୍ଥାରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି।

ଏଭଳି ଯୁକ୍ତି ରଖି ଆଜି ଚେନ୍ନାଇେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନିବେଶକ ସମ୍ମିଳନୀ ଓ ରୋଡ୍‌ ସୋ କାର୍ଯ୍ୟକ୍ରମରେ ଶିଳ୍ପପତିଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଓଡ଼ିଶାରେ ଶିଳ୍ପର ଉତ୍ତମ ବାତାବରଣ ସ˚ପର୍କରେ ବିଶ୍ୱସ ଜନ୍ମାଇବା ପାଇଁ ନବୀନ କୌଣସି ସୁଯୋଗ ଛାଡିନାହାନ୍ତି। କହିଛନ୍ତି, ଏହି ଦ୍ୱିବାର୍ଷିକ ଗ୍ଲୋବାଲ ନିବେଶକ ସମ୍ମିଳନୀର ପ୍ରଥମ ସଂସ୍କରଣରେ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ସଂସ୍ଥାମାେନ ଅାଗ୍ରହ ପ୍ରକାଶ କରିଥିେଲ। ୬୫% ପ୍ରକଳ୍ପ ଅନୁମୋଦନ ପ୍ରକିୟାର ପ୍ରଥମସ୍ତରରେ ରହିଛି। ଏସବୁକୁ ଆଧାର କରି ଓଡ଼ିଶା ଖୁବ୍ଶଘ୍ର ଭାରତର ନିର୍ମାଣର କେନ୍ଦ୍ରସ୍ଥଳୀ ପାଲଟିବ। ମୋଟ ୩୦୦ରୁ ଅଧିକ ନିେବଶକ ଏଥିେର ଯୋଗଦେଇଥିଲେ ଓ ମୁଖ୍ୟମନ୍ତ୍ରୀ ୨୧ଜଣ ପ୍ରମୁଖ ଶିଳ୍ପପତିଙ୍କ ସହିତ ଆେଲାଚନା କରିଥିେଲ।

ମୁଖ୍ୟମନ୍ତ୍ରୀ କହିଥିେଲ, ୧୦ ମାସ ମଧ୍ୟରେ ୪୦୦ତମ ଗୋ-ସ୍ବିଫ୍ଟ (ଓଡ଼ିଶା ସରକାର-ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ନିବେଶକ ଫାସିଲିଟେସନ୍ ଏବଂ ଟ୍ରାକିଂ) ପ୍ରସ୍ତାବ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ଯାଜପୁରର କଳିଙ୍ଗନଗରଠାରେ ଟାଟା ଷ୍ଟିଲ୍ ପ୍ରୋସେସିଂ ଏବଂ ବିତରଣ ଲିମିଟେଡ୍ ପକ୍ଷରୁ ବାର୍ଷିକ ୧.୮ଲକ୍ଷ ୟୁନିଟ୍ କ୍ଷମତା ବିଶିଷ୍ଟ ଷ୍ଟିଲ ଡୋର୍ ଏବଂ ୱିଣ୍ଡୋ ସ୍ଥାପନ କରାଯିବ। ଏଥିରେ ୯୨ କୋଟି ଟଙ୍କା ନିବେଶ ହେବ ଓ ଏଥିରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ କହିଥିେଲ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ପାଇଁ ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନର ଅାୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାର୍ଥୀଙ୍କୁ ଅାହ୍ବାନ କରାଯାଇଛି। ଉନ୍ନତ ଚିନ୍ତାଧାରାକୁ ପାଇଲଟ୍ ପ୍ରକଳ୍ପରେ ସ୍ଥାନୀତ କରାଯିବ ଓ ଏ େକ୍ଷତ୍ରରେ ଅାକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଓଡ଼ିଶାରେ ନିେବଶକମାେନ କିଭଳି ବ୍ୟବସାୟ କରିବେ, ସେକ୍ଟର ଉପଯୋଗୀ କ୍ଲଷ୍ଟର ସମେତ ଶିଳ୍ପ ବିକାଶ ପାଇଁ ଉପଲବ୍ଧ ୧.୨ଲକ୍ଷ ଏକର ଜମି ସମ୍ପର୍କରେ ଅାଲୋଚନା ସମାନଙ୍କୁ ସରକାରଙ୍କ ପକ୍ଷରୁ ସୂଚାଇ ଦିଆଯାଇଥିଲା। କଳିଙ୍ଗନଗରଠାରେ ନ୍ୟାସନାଲ୍ ନିବେଶ ମାନ୍ୟୁଫାକଚରିଂ ଜୋନ(ଏନଅାଇଏମଜେଡ୍) ଅନ୍ତର୍ଗତ ଶିଳ୍ପ ଭିତ୍ତିଭୂମି ବିକାଶ, ଖୋର୍ଦ୍ଧା ଏବଂ ଛତାବର ଠାରେ ଖାଦ୍ୟ ପ୍ରକିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ବୟନ ପାର୍କ, ଅନୁଗୁଳ ଏବଂ ଝାରସୁଗୁଡ଼ାଠାରେ ଅାଲୁମିନିୟମ୍ ପାର୍କ ତଥା ପାରାଦୀପରେ ପ୍ଲାଷ୍ଟିକ୍ ପାର୍କ ସମ୍ପର୍କରେ ବିସ୍ତୃତ ଅାଲୋଚନା ହୋଇଥିଲା।

ଅାସୋଚାମ୍ ଓଡ଼ିଶାକୁ ନିବେଶକ ମଧ୍ୟରେ ଦେଶର ୩ଟି ରାଜ୍ୟ ମଧ୍ୟରେ ନମ୍ବର-୧ ରାଜ୍ୟ ଭାବେ ସ୍ଥାନୀତ କରିଛି। ଓଡ଼ିଶାର ଜିଡ଼ିପି ବୃଦ୍ଧି ହାର ୨୦୧୬-୧୭ରେ ୭.୯୪ ପ୍ରତିଶତ ଥିବାବେଳେ ଦେଶର ଜିଡିପି ହାର ୭.୧ ପ୍ରତିଶତ ଥିଲା େବାଲି ମୁଖ୍ୟମନ୍ତ୍ରୀ ସୂଚାଇଥିେଲ। ଏହା ସହିତ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ ସଂପର୍କରେ ବି ଅବତାରଣା କରିଥିେଲ। କହିଥିଲେ, ଏଥର ଥିମ୍‌ ରହିଛି ‘ଆଇ ଆମ୍‌ ଓଡ଼ିଶା’। ରାଜ୍ୟରେ ବ୍ୟାବସାୟିକ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଓ ଏହାର ଲୋକଙ୍କ ସଫଳତାକୁ ଏଥିରେ ଦର୍ଶାଯିବ। ‘ଆଇ ଆମ୍‌ ଓଡ଼ିଶା’ ଏପରି ଏକ ପ୍ଲାଟ୍‌ଫର୍ମ ହେବ, ଯେଉଁଥିରେ ଲୋକମାନେ ସେମାନଙ୍କ ସଫଳ କାହାଣୀକୁ ‘ଓଡ଼ିଶା ଅଫ୍‌ ଟୁଡେ’ ଭାବେ ପ୍ରଦର୍ଶିତ କରିପାରିବେ ଏବ˚ ଭବିଷ୍ୟତ ପାଇଁ ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ‘ଓଡ଼ିଶା ଅଫ୍‌ ଫ୍ୟୁଚର‌୍‌’ ଭାବେ ଉପସ୍ଥାପନ କରିପାରିବେ।
ଏହି ଅବସରରେ ମୁରୁଗପ୍ପା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମ.ଏମ୍.ମୁରୁଗପ୍ପାନ, ଟେଫ୍ ଅଧ୍ୟକ୍ଷା ମାଲିକା ଶ୍ରୀନିବାସନ୍, ସେରଟେକ୍ସ ପେଟ୍ରୋ କେମିକାଲ୍ସ ଏମଡି ଏସ୍. ଲାନାହିଙ୍କ ସହିତ ଗରୁତ୍ୱପୂର୍ଣ୍ଣ ନିବେଶ ନଇ ଅାଲୋଚନା କରାଯାଇଥିଲା। ଏହି ରୋଡ୍ ସୋ ତାମିଲନାଡୁର ୩୫୦ରୁ ଅଧିକ କମ୍ପାନି ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ଖାଦ୍ୟ ପ୍ରକିୟାକରଣ, ସମୁଦ୍ର ଜାତ ଖାଦ୍ୟପଦାର୍ଥ, ଧାତୁ କ୍ଷେତ୍ରର ସହଯୋଗୀ ଶିଳ୍ପ,ବୟନ ଶିଳ୍ପ,ଏସଡିଏମ୍ ମାନ୍ୟୁଫାକଚରିଂ, କେମିକାଲସ୍, ପ୍ଳାଷ୍ଟିକ୍ ଏବଂ ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶ ପାଇଁ କମ୍ପାନୀ ବିଶେଷ ଅାଗ୍ରହ ପ୍ରକାଶ କରିଥିଲା।

ଏହା ବ୍ୟତୀତ ଏହି ନିବେଶକ ସମ୍ମିଳନୀରେ ଚେତିନାଦ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ମାମର ମୁଥିହା, ରାମକୋ ଗ୍ରୁପ୍ର ଅଧ୍ୟକ୍ଷ ପି.ଅାର୍. ଭେଙ୍କଟରାମା ରାଜା, ଶ୍ରୀରାମ ଗ୍ରୁପ୍ର ଅଧ୍ୟକ୍ଷ ଅାର୍. ତ୍ୟାଗରାଜନ ପ୍ରମୁଖ ସେମାନଙ୍କର ସକାରାତ୍ମକ ମତ ପୋଷଣ କରିଥିଲେ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନାଇରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଫିକି) ସହଯୋଗରେ ଅାୟୋଜିତ ରୋଡ୍ ସୋ ହୋଇଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତମାସରେ ମୁମ୍ବାଇ ଓ ଗତ ୧୨ ତାରିଖରେ ଦିଲ୍ଲୀେର ଶିଳ୍ପପତିଙ୍କୁଭେଟି ଓଡ଼ିଶାରେ ନିେବଶ ପାଇଁ ଆମନ୍ତ୍ରଣ କରିଥିେଲ।

ସମ୍ବନ୍ଧିତ ଖବର