ସମ୍ବଲପୁର: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ। ରବିବାର କୁମାର ପୂର୍ଣ୍ଣିମା ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇଛି। ସମ୍ବଲପୁରର ସହଯୋଗ ନଗର, ମୁଦିପଡ଼ା, ସାକ୍ଷୀପଡ଼ା ଓ କାଳିବାଡ଼ିଠାରେ ଏହି ପୂଜା ଧୁମ୍ଧାମ୍ରେ ପାଳନ କରାଯାଉଛି। ସହଯୋଗ ନଗରରେ ପୂଜା ପାଇଁ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା କରାଯାଇଛି। ପଣ୍ଡିତ ସୁଧୀର କୁମାର ଦାଶ ଏବଂ ଲକ୍ଷ୍ମଣ ମିଶ୍ର ହୋମଯଜ୍ଞ ପରିଚାଳନା କରୁଥିବାବେଳେ ବ୍ରଜ କିଶୋର ପାଣିଗ୍ରାହୀ ଏବଂ ଗୀତାଞ୍ଜଳି ପାଣିଗ୍ରାହୀ କର୍ତ୍ତା ଦାୟିତ୍ବ ତୁଲାଉଛନ୍ତି।
ସାକ୍ଷୀପଡ଼ାରେ ସୁନ୍ଦର ତୋରଣ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ପୂଜା କରାଯାଉଛି। କାଳିବାଡ଼ିରେ ମଧ୍ୟ ନୀତିନିଷ୍ଠାର ସହ ପୂଜା ଚାଲିଛି। ମୁଦିପଡ଼ା କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପଟେ ପଞ୍ଚମୁଖୀ ଗଜଲକ୍ଷ୍ମୀ ପୂଜା ଏଥର ୧୦ମ ବର୍ଷରେ ପଦାର୍ପଣ କରିଛି। ମନୋଜ ତରିଆ ଏବଂ ସ୍ବାତୀ ତରିଆ କର୍ତ୍ତା ଦାୟିତ୍ବ ସଂପାଦନ କରୁଛନ୍ତି। ପଣ୍ଡିତ ସାନୁଜ ଗୋସ୍ବାମୀ, ଲଳିତ ତ୍ରିପାଠୀ, ସିଦ୍ଧି, ଅଙ୍କିତ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ପୂଜା କମିଟିର ବୁଲୁ ମିଶ୍ର, ରାଧାମୋହନ ମିଶ୍ର, ପ୍ରେମାଞ୍ଚଳ ପଣ୍ଡା, ସୀମାଞ୍ଚଳ ପଣ୍ଡା, ମଧୁସୂଦନ ମିଶ୍ର, ଅରୁଣ ସାହୁ, କୋଦଣ୍ଡ ନାଏକ, ବିନୋଦ ପ୍ରଧାନ, ରାମଚନ୍ଦ୍ର ପୋଢ଼, ମଧୁସୂଦନ ଦାଶ ପ୍ରମୁଖ ମୁଖ୍ୟ ଆୟୋଜକ ଅଛନ୍ତି। ଡ. ବିଜୟ ପ୍ରଧାନ, ନିମାଇ କର, ଭୁବନେଶ୍ବର ସାହୁ ପ୍ରମୁଖ ଉପଦେଷ୍ଟା ରହିଛନ୍ତି।