ଜଗତସିଂହପୁର : ପାରାଦୀପ ଆଇଓସିଏଲ ଟାଉନସିପ୍ ନିକଟରେ ଆଇଓସିଏଲ୍ ପାଇପ୍ ଲାଇନ୍ ଫାଟିଯିବା ଫଳରେ ଗ୍ୟାଲନ୍ ଗ୍ୟାଲନ୍ ଅଶୋଧିତ ତୈଳ ନାଳରେ ଭାସିଯାଇଛି। ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା।
ସୂଚନା ଅନୁଯାୟୀ ପାରାଦୀପରୁ ପଶ୍ଚିମବଙ୍ଗ ହଳଦିଆକୁ ଯାଇଥିବା ଅଶୋଧିତ ତୈଳ ପାଇପଲାଇନ୍ ଆଜି ହଠାତ୍ ଫାଟିଯାଇଥିଲା। ଫଳରେ ସେଠାରେ ବିପୁଳ ପରିମାଣର ଅଶୋଧିତ ତୈଳ ବାହାରିଥିଲା। ଏତେ ପରିମାଣର ତେଲ ବାହାରିଥିଲା ଯେ, ସେଠାରେ କୃତ୍ରିମ ତେଲ ପୋଖରୀ ଭ୍ରମ ସୃଷ୍ଟି କରିଥିଲା। ପାଇପ୍ରେ ମାତ୍ରାଧିକ ପ୍ରେସର ଯୋଗୁଁ ତେଲ ବହୁତ ଉପରକୁ ଉଠିଥିଲା। ତେଲ ଲିକେଜ୍ ସମୟରେ ଉତ୍କଟ ଗନ୍ଧ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/oil-leak-paradeep.jpg)