ଭୁୁବନେଶ୍ୱର : ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡୋବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) ପାଇଁ ଅଂଶଧାରକ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ତିନି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ରୋଡ ସୋ ଆୟୋଜିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏହି କାଯର୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏସ୍ଏଟିଏଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା କମ ମୂଲ୍ୟରେ ପରିବହନ ପାଇଁ ଇନ୍ଧନ ଉପଲବ୍ଧ କରାଇବା ଓ କୃଷି ବଜର୍ୟ, ଗୋବର ଓ ସହରାଞ୍ଚଳର କଠିନ ବର୍ଜ୍ୟର ସଠିକ ବ୍ୟବହାର ଦ୍ୱାରା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ପ୍ରଦାନ କରିବା । ଏସ୍ଏଟିଏଟି ଅଭିଯାନର ଅଂଶ ବିଶେଷ ଭାବେ ତୈଳ ବିପଣନ କମ୍ପାନୀ ମାନଙ୍କର ପକ୍ଷରୁ ସମ୍ଭାବିତ ଉଦ୍ୟମୀ ମାନଙ୍କ ଠାରୁ କମ୍ପ୍ରେସ୍ଡ ବାୟୋ ଗ୍ୟାସ (ସିବିଜି) କ୍ରୟ କରି ଏହାକୁ ଅଟୋମେଟିଭ ଇନ୍ଧନ ଭାବେ ବଜାରରେ ସିବିଜିକୁ ଉପଲବ୍ଧ କରାଇବା ଲାଗି ଏକ୍ସପ୍ରେସନ ଅଫ ଇ<ରେଷ୍ଟ (ଇଓଆଇ) ପାଇଁ ଆହ୍ଵାନ କରାଯାଉଛି । ଏହି ଅଭିଯାନରେ ସମଗ୍ର ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ସ୍ଥାପନା କରି ୨୦୨୩ ସୁଦ୍ଧା ୧୫ ମିଲିୟନ ଟନ ବାର୍ଷିକ ସିବିଜି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।