୩ ସପ୍ତାହ ପାଇଁ ବନ୍ଦ ରହିବ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍‌

ପାରାଦୀପ: ପାରାଦୀପଠାରେ ଥିବା ଇଣ୍ଡିଆନ୍‌ ଓଏଲ୍‌ କର୍ପୋରେସନ୍ ଲିମିଟେଡ୍‌(ଆଇଓସିଏଲ୍‌) ପ୍ଲାଣ୍ଟ୍‌ ୨୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ରକ୍ଷଣାବେକ୍ଷଣା ଓ ମରାମତି କାର୍ଯ୍ୟ ସକାଶେ ଏହି ପ୍ଲାଣ୍ଟ୍‌କୁ ବନ୍ଦ କରାଯାଉଛି ବୋଲି ଜଗତ୍‌ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଏ ନେଇ ଆଜି ସୂଚନା ଦେଇଛନ୍ତି।

ଏହି ପ୍ଲାଣ୍ଟ୍‌ ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜାଣିବାକୁ ମିଳିଛି।  ଜନସମାଗମ ‌ରୋକିବା ପାଇଁ ୩ ସପ୍ତାହ ଧରି  ପ୍ଲାଣ୍ଟ୍‌ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ନିଷ୍ପତ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ  ନିଆଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୧୮ ମସିହା ପରଠାରୁ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍‌ର ରକ୍ଷଣାବେକ୍ଷଣା କାର୍ଯ୍ୟ ହୋଇନାହିଁ।

ସମ୍ବନ୍ଧିତ ଖବର