ବାଲେଶ୍ବର: ଆପିଏଲ୍ ଫାଇନାଲ୍କୁ ନେଇ ବେଟିଂ ବେଳେ ସହଦେବଖୁଣ୍ଟା ଥାନା ପୁଲିସ ଅଟକ ରଖିଥିବା ୮ଜଣ ଯୁବକଙ୍କ ମଧ୍ୟରୁ ଆଜି ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଟାଉନ୍ ଥାନା ଶୂନହଟ୍ ଅଞ୍ଚଳର ନିଳାଦ୍ରୀ ଦାସ ଓରଫ ନିଲ୍(୨୬), ଆଜିମାବାଦ୍ ଅଞ୍ଚଳର ସଞ୍ଜୟ ସାହୁ ଓରଫ କାଳିଆ(୨୬), ସେକ୍ ଅସିମ୍(୨୯), ଗୋଳା ପୋଖରୀ ଅଞ୍ଚଳର ସେକ୍ ହାସିମ୍(୨୫) ଏବଂ ସଦର ଥାନା ଅଞ୍ଚଳର ଚିନ୍ମୟ ନାୟକ ଓରଫ କାଟି(୨୫)। ଅନ୍ୟ ୩ ଜଣଙ୍କୁ ପଚରା ଉଚରା କରି ଛାଡ଼ିଦେଇଛି। ତେବେ ସେମାନଙ୍କୁ କାହିଁକି ଛଡ଼ିଦିଆ ଗଲା? କୌଣସି ଚାପରେ ପୁଲିସ ସେମାନଙ୍କୁ ଛାଡ଼ି ନାହିଁ ତ? ଆଦି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନଙ୍କ ସମ୍ପୃକ୍ତି ନଥିବା ଜଣାପଡ଼ିବା ପରେ ଛଡ଼ାଯାଇଥିବା ପୁଲିସ କହିଛି।
ସୂଚନା ମୁତାବକ, ଉପ ନିର୍ବାଚନ ଗଣତିରେ ପୁଲିସ ବ୍ୟସ୍ତତା ସୁଯୋଗ ନେଇ ସହରରେ ଥିବା ଜୁଆଡ଼ି ସକ୍ରିୟ ହୋଇ ଉଠିଥିଲେ। ଆଇପିଏଲ୍ ଫାଇନାଲ୍ ପାଇଁ ବିଭିନ୍ନ ହୋଟେଲ୍ରେ ଆଡ୍ଡା ଜମାଇଛ ବେଟିଂ ଲଗାଇଥିଲେ। ଖବର ପାଇ ମଙ୍ଗଳବାର ରାତି ପାଖାପାଖି ୯ଟା ସମୟ କ୍ରାଇମ୍ ଡିଏସ୍ପିଙ୍କ ନେତୃତ୍ବରେ ସହଦେବଖୁଣ୍ଟା ଥାନା ପୁଲିସର ଟିମ୍ ଷ୍ଟେସନ ନିକଟ ଏକ ହୋଟେଲ୍ରେ ଚଢ଼ାଉ କରିଥିଲା। ସେଠାରୁ ୮ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଓ ୮ ଟି ମୋବାଇଲ୍ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/jail3.jpg)