ଆସିକା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଠାବ ହୋଇଛି ପ୍ରଥମ ଆଇପିଏଲ୍ ବେଟିଂ ‌ରାକେଟ୍। ଯାହାର ଚେର ବ୍ରହ୍ମପୁର ଓ ଭୁବନେଶ୍ବରକୁ ଲମ୍ବିଛି। ଆସିକା ପୁଲିସ ଆଜି ପ୍ରଥମ ପର୍ଯ୍ୟାୟରେ ଏହି ରାକେଟ୍‌ରେ ସଂପୃକ୍ତ ୩ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି। ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଗଠିତ ଏକ ଟିମ୍ ପାକେଲାପଲ୍ଲୀ ଗ୍ରାମର ଅଜୟ ଗୌଡ଼, ବିନୋଦ ପରିଡ଼ା ଓ କୃଷ୍ଣ ସ୍ୱାଇଁକୁ ଗିରଫ କରିଛି। ସେମାନଙ୍କଠୁ ୧ଲକ୍ଷ ୨୭ହଜାର ୪୫୦ ଟଙ୍କା, ୫ଟି ମୋବାଇଲ୍ ଓ ଆଇପିଏଲ୍ ସୂଚନା ସଂପର୍କିତ ବିଭିନ୍ନ ଖାତା ଏବଂ କାଗଜପତ୍ର ଜବତ କରାଯାଇଛି।

Advertisment

ଗିରଫ ବ୍ୟକ୍ତିମାନେ ଅନଲାଇନ୍ ଏଜେଣ୍ଟ୍ ଭଳି କାମ କରି ବୁକିଙ୍କଠୁ କମିସନ୍ ନେଉଥିଲେ। ବିଭିନ୍ନ ଦଳ ପାଇଁ ଟଙ୍କା ନେଇ ଲଗାଉଥିଲେ। ଏଥିପାଇଁ ଆସିକା ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତନାଘନା ଆରମ୍ଭ କରି ବେଟିଂ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତିନିଜଣ ଏଜେଣ୍ଟଙ୍କୁ କାବୁ କରିଥିଲା। ସେମାନଙ୍କଠୁ ମିଳିଥିବା ଡାଇରି ଓ କାଗଜପତ୍ରରେ ଯେଉଁ ମାନଙ୍କ ନାମ ରହିଛି, ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି।