ଆଜିଠୁ ଆଇପିଏଲ୍ ଟି-୨୦ କ୍ରିକେଟ୍ ଲିଗ୍‌ : ଜୁଆଡ଼ି କରିବେ ବେଟିଂ, ପୁଲିସ କରିବ ଫିଲ୍ଡିଂ

ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟି-୨୦ କ୍ରିକେଟ୍‌ ଲିଗ୍-୨୦୨୦। କରୋନା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ଧୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ ନକରି ଭାରତ ବାହାରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। କ୍ରିକେଟ୍‌ପ୍ରେମୀ ଦୀର୍ଘଦିନ ହେଲା ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରି ରହିଥିଲେ। ଠିକ୍ ସେହିପରି ଅନ୍‌ଲାଇନ୍‌ ବେଟି˚ କରୁଥିବା ଜୁଆଡ଼ିମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟକୁ ଜଗି ରହିଥିଲେ। ଏଭଳି ଜୁଆଡ଼ିଙ୍କ ବେଟି˚କୁ ଜଗିବା ପାଇଁ ବ୍ରହ୍ମପୁର ତା’ର ଫିଲ୍ଡିଂ ଷ୍ଟ୍ରାଟେଜି ଆରମ୍ଭ କରିଛି। ଅନ୍‌ଲାଇନ୍‌ ବେଟି˚ କାରବାର ଉପରେ ପୁଲିସ ନଜର ରଖିଛି। ପୂର୍ବରୁ ଏଭଳି ବେଟିଂରେ ଧରାପଡ଼ିଥିବା ପେସାଦାର ଜୁଆଡ଼ିଙ୍କ ଉପରେ ମଧ୍ୟ ପୁଲିସ ନଜର ରଖିଛି।

ବ୍ରହ୍ମପୁର ସହରରେ କ୍ରିକେଟ୍ ମ୍ୟାଚ୍‌କୁ ନେଇ ବ୍ୟାପକ ଅନ୍‌ଲାଇନ୍‌ ବେଟି˚ କାରବାର ହେଉଛି। ପୁଲିସ ବିଗତ ବର୍ଷରେ ଏଭଳି ବେଟି˚ କାରବାରକୁ ଠାବ କରି ଲକ୍ଷାଧିକ ଟଙ୍କା ଜବତ କରିଛି। ଏବେ ପୁଣିଥରେ ଆଇପିଏଲ୍ ସିଜନ୍ ଆରମ୍ଭ ହୋଇଥିବାରୁ ସହରରେ ଜୁଆଡ଼ିମାନେ ସକ୍ରିୟ ହୋଇ ଉଠିଥିବା ଆଲୋଚନା ହେଉଛି। କମ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ପଡ଼ି ଯୁବପିଢ଼ି ବେଟି˚ ନିଶାରେ ପଡ଼ି ସର୍ବସ୍ବ ହରାଇ ବସୁଛନ୍ତି। ବିଗତ ଦିନରେ ଏମିତି ବହୁ କ୍ରିକେଟ୍ ବେଟି˚ ଧରାପଡ଼ିଛି। କୋଲକାତା, ହାଇଦ୍ରାବାଦ ଓ ମୁମ୍ବାଇରେ ରହିଥିବା ମୁଖ୍ୟ ବୁକି ବ୍ରହ୍ମପୁରରେ କିଛି ସବ୍‌ବୁକି ଜରିଆରେ ଏହି କାରବାର ଚଳାଇଥାନ୍ତି। ଏଭଳି କିଛି ବଡ଼ ଖେଳାଳି (ମୁଖ୍ୟ ବୁକି)କୁ ଆଉଟ୍ (ଗିରଫ) କରିବା ପାଇଁ ପୁଲିସ ସୁପର୍ କ୍ୟାଚ୍ (ମୌକା) ପାଇଁ ରେଡ଼ି ରହିଛି। ଯଦି କିଛି ସୁରାକ୍ ମିଳିବ ତେବେ ପୁଲିସ ଶୀଘ୍ର ମାଡ଼ି ବସିବା ପାଇଁ ପ୍ରସ୍ତୁତ ରହିଛି। କ୍ରିକେଟ ମ୍ୟାଚ୍‌ରେ ଅନ୍‌ଲାଇନ୍‌ ବେଟି˚ ପ୍ରତି ଜୁଆଡ଼ିମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ଏଥିରେ ରିସ୍କ୍ ମଧ୍ୟ କମ୍ ରହୁଛି। କେବଳ ଗୋଟିଏ ଫୋନ୍ କଲ୍‌ରେ ଲକ୍ଷ ଲକ୍ଷ ଟଙ୍କାର ବେଟି˚ ହେଉଛି। ପ୍ରତ୍ୟେକ ବଲ୍ ପିଛା ଟଙ୍କା ଲାଗୁଛି ବୋଲି ପୁଲିସ ବିଗତ ଦିନର ଘଟଣାର ତଦନ୍ତରେ ଜାଣିବାକୁ ପାଇଛି।

ଏବେ ପୁଣିଥରେ ଆଇପିଏଲ୍ ସିଜନ୍ ଆରମ୍ଭ ହୋଇଥିବାରୁ ବ୍ରହ୍ମପୁରରେ ପ୍ରବଳ ବେଟି˚ ହେବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ପୁଲିସ ମଧ୍ୟ ପ୍ରସ୍ତୁତ ରହିଛି। ପୁଲିସର ସ୍ବତନ୍ତ୍ର ଟିମ୍ ଏଭଳି ଜୁଆଡ଼ିଙ୍କ ଉପରେ ନଜର ରଖିଛି। ଦେଢ଼ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜୁଆଡ଼ିଙ୍କ ବେଟି˚ରେ ପୁଲିସ କିପରି ଫିଲ୍ଡିଂ କରି ସୁପର୍ କ୍ୟାଚ୍ ଧରୁଛି ତାହା ଦେଖିବାକୁ ରହିଲା।

ବିଗତ ଦିନରେ ଧରା ହୋଇଥିବା ବେଟିଂ
ତାରିଖ                     ଗିରଫ     ଜବତ ଟଙ୍କା
୧୧.୫.୧୭ (ପାତ୍ରସାହି)  ୮      ୮ଲକ୍ଷ ୩୩ହଜାର
୧୬.୬.୧୭ (ମାର୍ଥାପେଟା) ୫     ୭ଲକ୍ଷ ୧ହଜାର
୧୬.୯.୧୭ (କେନାଲ୍‌ସାହି) ୪    ୬ଲକ୍ଷ ୩୦ହଜାର
୧୩.୪.୧୮ (ଫାଷ୍ଟଗେଟ୍‌) ୩      ୭ଲକ୍ଷ ୬୧ହଜାର

ସମ୍ବନ୍ଧିତ ଖବର