ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ୪ ଜଣ ଡିଏସ୍‌ପି ଓ ୫ ଜଣ ଇନ୍‌ସ୍ପେକ୍ଟରଙ୍କ ନେତୃତ୍ବରେ ଟିମ୍‌ ଚଢ଼ଉ କରିଥିଲା।

ପୁରୀର ୫ଟି ସ୍ଥାନ, ଭୁବନେଶ୍ବର, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଅଞ୍ଚଳରେ ଏହି ୮ଟି ଟିମ୍‌ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଶ୍ରୀ ସାହୁଙ୍କର ପ୍ରାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ବିଭାଗ ଠାବ କରିଛି। ଭୁବନେଶ୍ବର କଳିଙ୍ଗ ବିହାର ଏବଂ ନୟାଗଡ଼ ସହରରେ ଦୁଇଟି ଦୁଇ ମହଲା ବିଶିଷ୍ଟ କୋଠା, କଣ୍ଟିଲୋରେ ଦୁଇଟି ଦୋକାନ ଘର, ଖୋର୍ଦ୍ଧା ଓ ନୟାଗଡ଼ରେ ୫ଟି ପ୍ଲଟ୍‌, ଗୋଟିଏ ଚାରିଚକିଆ ଯାନ, ଚାରିଟି ଦୁଇ ଚକିଆ ଯାନ, ବ୍ୟାଙ୍କରେ ଥିବା ୩୪. ୭୬ ଲକ୍ଷ ଟଙ୍କା, ପ୍ରାୟ ୪. ୪୨ ଲକ୍ଷ ଟଙ୍କାର ବୀମା ସମେତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରାୟ ୧ କୋଟି ୫୧ ଲକ୍ଷ ଟଙ୍କାର ଜବତ କରାଯାଇଛି। ଶ୍ରୀ ସାହୁଙ୍କର ନାମରେ ଥିବା ଅନ୍ୟ ସମ୍ପତ୍ତିକୁ ମଧ୍ୟ ଭିଜିଲାନ୍ସ ବିଭାଗ ତଦନ୍ତ ପରିସରକୁ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର