ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏଥିସହ ଆଇପିଏସ୍ ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଉଭୟ ଶ୍ରୀ ବୋଥ୍ରା ଓ ଶ୍ରୀ ସିଂ ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ।
/sambad/media/post_attachments/wp-content/uploads/2020/12/3dbc9ad5-9849-4ffc-9280-f56a6beae09b-766x1024.jpg)
ସୂଚନାଯୋଗ୍ୟ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ନାବାଳିକା ପରୀ ହତ୍ୟା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କୁ ନିଯୁକ୍ତ କରାଯାଇଛି। ଏଥି ପୂର୍ବରୁ ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରି ଅରୁଣ ବୋଥ୍ରା ଅପରାଧୀକୁ ଧରି ସାରା ରାଜ୍ୟରୁ ପ୍ରଶଂସା ସାଉଁଟି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/arun-bothra.jpg)