ତିନି ଆଇପିଏସ୍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ୩ ଜଣ ଆଇପିଏସ୍ ଅଧିକାରୀ ହେଲେ ସତ୍ୟଜିତ୍ ମହାନ୍ତି, ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନଓ୍ଵାର୍।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି କି ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ଓ ମନୋଜ କୁମାର ଛାବ୍ରାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସୁରେନ୍ଦ୍ର ପନଓ୍ଵାରଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।