ଭୁବନେଶ୍ବର : ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଫିସର୍ଙ୍କ ରୋଷେୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ରୋଷେୟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସମ୍ପୃକ୍ତ ଆଇପିଏସ୍ ଅଫିସର୍ ଓ ତାଙ୍କ ପରିବାର ଲୋକଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଆଇପିଏସ୍ ଅଫିସର୍ଙ୍କ ରୋଷେୟାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ। କିଛି ଦିନ ତଳେ ରୋଷେୟା ଜଣକ ନିଜ ଗାଁକୁ ଯାଇ ଫେରିଥିଲେ। ଦୁଇ ଦିନ କାମ କରିବା ପରେ ତାଙ୍କୁ ଜ୍ବର ହୋଇଥିଲା। ତାଙ୍କର ସ୍ବାବ୍ ପରୀକ୍ଷା କରାଯିବାରୁ କରୋନା ପଜିଟିଭ୍ ବାହାରିଥିଲା।
ବରିଷ୍ଠ ଆଇପିଏସ୍ ଅଫିସର୍ଙ୍କ ରୋଷେୟାଙ୍କୁ କରୋନା!
/sambad/media/post_attachments/wp-content/uploads/2020/06/covid-333.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)