ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ ନୟାଗଡ଼ ଏସ୍‌ପି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ନୟାଗଡ଼ ଏସ୍‌ପିଙ୍କ ସମେତ ମୋଟ୍‌ ୨୨ ଜଣ ଅଧିକାରୀଙ୍କର ବଦଳି ହୋଇଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ଏଆଇଜି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ପରୀ ହତ୍ୟା ମାମଲାରେ ତଦନ୍ତକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ତାଳଚେରରେ ଏସ୍‌ଡିପିଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି। ଏହି ଅଦଳବଦଳ ମାଧ୍ୟମରେ ଆଜି ୧୧ଟି ଜିଲ୍ଲାର ଏସପିଙ୍କୁ ନିଯୁକ୍ତ କରାଯାଇଛି।

ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍‌ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଡିଆଇଜି ଭାବେ କୋରାପୁଟରେ ନିଯୁକ୍ତି ମିଳିଛି। କୋରାପୁଟରେ କାର୍ଯ୍ୟରତ ଡିଆଇଜି ସଫିନ୍‌ ଅହମଦ୍‌ ଡିଆଇଜି ଟେକ୍‌ନିକାଲ ଭାବେ ଅବସ୍ଥାପିତ ହେବେ।

କ୍ରାଇମ୍‌ବ୍ରାଞ୍ଚରେ କାର୍ଯ୍ୟରତ ଡ.ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଅଓ୍ଵିନାଶ କୁମାରଙ୍କୁ ଡିଆଇଜି, କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖରଙ୍କୁ ଅତିରିକ୍ତ ଟେକନିକାଲ(ଏନଫୋରସମେଣ୍ଟ) ଭାବେ ବଦଳି ହୋଇଛି।

କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ସମ୍ବଲପୁର, ଯାଜପୁର ଏସ୍‌ପି ଚରଣସିଂହ ମୀନାଙ୍କୁ ଭଦ୍ରକ, ରାଉରକେଲା ଏସ୍‌ପି କେ ଶିବା ସୁବ୍ରଣଣୀଙ୍କୁ ଢେଙ୍କାନାଳ, ଝାରସୁଗୁଡ଼ା ଏସ୍‌ପି ରାହୁଲ ପି.ଆରଙ୍କୁ ଯାଜପୁର, ବଲାଙ୍ଗୀର ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ା, କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା, ରାୟଗଡ଼ା ଏସ୍‌ପି ଶ୍ରବଣା ବିବେକଙ୍କୁ କଳାହାଣ୍ଡି, ନବରଙ୍ଗପୁର ଏସ୍‌ପି କୁଶଳକର ନିତିନ ଡାଗୁଡୁଙ୍କୁ ବଲାଙ୍ଗୀର ଏସ୍‌ପି ଭାବେ ବଦଳି ହୋଇଛି।

ସେହିପରି ଏଆଇଜି ମୁଖ୍ୟ କାର୍ଯ୍ୟାଳୟରୁ ବିବେକାନନ୍ଦ ଶର୍ମାଙ୍କୁ ଏସ୍‌ପି ଭାବେ ରାୟଗଡ଼ା, ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଟୁପଲ୍ଲୀଙ୍କୁ କୋରାପୁଟ ଏସ୍‌ପି, ତାଳଚେର ଏସ୍‌ଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍‌ପି, ମାଲକାନଗିରି ଏସ୍‌ଡିପିଓ ପ୍ରହଲ୍ଲାଦ ସାହିଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି ହୋଇଛି।

ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଅଖିଳେଶ ସିଂହଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ, କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସତ୍ୟଜିତ ନାୟକଙ୍କୁ ଏସ୍‌ପି (କମ୍ପ୍ୟୁଟର ବିଭାଗ) ଓ ଭଦ୍ରକ ଅତିରିକ୍ତ ଏସ୍‌ପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗଡ଼ା ଏସ୍‌ପି (ଅତିରିକ୍ତ ଦାୟିତ୍ୱ) ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର