ଆଇପିଏସ୍ ସ୍ତରରେ ଅଦଳବଦଳ: ଅଖିଳେଶ୍ୱର ସିଂହ ହେଲେ ଜଗତସିଂହପୁର ଏସ୍ପି

ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏସ୍ ଦେବଦତ୍ତ ସିଂହ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଂଗପୁର ଏସ୍ପି ଦାୟିତ୍ୱ ମିଳିଛି । ବରଗଡ଼ରେ ରାହୁଲ ଜୈନ ଏବଂ ଅଖିଳେଶ୍ୱର ସିଂହ ଜଗତସିଂହପୁରରେ ଏସ୍ପି ହୋଇଛନ୍ତି । ପ୍ରତୁ୍ୟଷ ଦିବାକରଙ୍କୁ ନୂଆପଡ଼ା ଏସ୍ପି ଦାୟିତ୍ୱ ମିଳିଥିବା ବେଳେ କେ.ଆର ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୁରଭଂଜ ବଦଳି ହୋଇଛି । ମାଲକାନଗିରି ଏସ୍ପିି ଭାବେ ପିଏସ୍ ମୀନାଙ୍କୁ ନିଯୁକ୍ତି ମିଳିଛି । ପ୍ରକାଶ ଆରକୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି ।

ସମ୍ବନ୍ଧିତ ଖବର