ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ହିମାଂଶୁ ଲାଲଙ୍କୁ ପୂର୍ବାଂଚଳ ଆଇଜି ଦାୟିତ୍ୱ ମିଳିଛି ।
ସେହିଭଳି ରାଜ୍ୟ ସରକାର ଦୀପକ କୁମାରଙ୍କୁ ଉତ୍ତରାଂଚଳ ଆଇଜି ଭାବେ ନିଯୁକ୍ତି ଦେଇଥିବା ବେଳେ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସ୍ପି ଓ ଡି.ପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସ୍ପି ଭାବରେ ଅବସ୍ଥାପିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/lokaseba-bhawan.jpg)