ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ସତ୍ୟଜିତ ମହାନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି,ଉମାଶଙ୍କର ଦାଶ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ୱର: ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ଓ ପୁଲିସ ପ୍ରଶାସନର ଜିଲ୍ଲା ଏବଂ ଶୀର୍ଷସ୍ତରରେ ଅବସ୍ଥାପିତ  ଆଇପିଏସ୍ ଅଧକାରୀଙ୍କ ପଦପଦବି‌ରେ ଅଦଳବଦଳ କରାଯାଇଛି।

ସୂଚନା ଅନୁସାରେ, କଟକ ଡିସିପି ଦାୟିତ୍ବରେ ଥିବା ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସପି ଭାବ‌େ ବଦଳି କରାଯାଇ ତାଙ୍କ ସ୍ଥାନରେ କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ କଟକ ଡିସିପି ରୂପେ ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଏସପି ଭିଜିଲାନ୍ସ ଭାବେ କାର୍ଯ୍ୟ କରୁଥିବା ସାର୍ଥକ ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚ ଏସପି ନିଯୁକ୍ତ ହୋଇଛନ୍ତି । ଅପରପକ୍ଷରେ ପୁଲିସ କମିସନରେଟରେ  ଡିସିପି ଟ୍ରାଫିକ ଥିବା ସାଗରିକା ନାଥ ସୁନ୍ଦରଗଡ଼ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ଥାନରେ ସୁନ୍ଦରଗଡ଼ ଏସପି ଥିବା ସୌମ୍ୟା ମିଶ୍ର ଡିସିପି ଟ୍ରାଫିକ ହୋଇଛନ୍ତି।

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍. ଅକ୍ଷୟ ପୁଲିସ ହାଉସିଂ କର୍ପୋରେସନର ସିଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। । ବରିଷ୍ଠ ଆଇପିଏସ୍  ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ଆଇପିଏସ୍ ଲଳିତ ଦାସଙ୍କୁଏଡିଜି କମ୍ୟୁନିକେସନ୍, ରାଧାକୃଷ୍ଣ ଶର୍ମାଙ୍କୁ  ଗୁଇନ୍ଦା ନିର୍ଦ୍ଦେଶକ ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଆଇପିଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପର୍ସନେଲ, ତପନ କୁମାର ପଟ୍ଟନାୟକଙ୍କୁ  ଗଜପତି ଏସପି, ଏସ.ସି ଜମାଦାରଙ୍କୁ ଦେବଗଡ଼ ଏସପି, ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳ ଏସପି, ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ବଦଳି କରାଯାଇଛି। ଠିକ୍ ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ଅଫିସକୁ ବଦଳି କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର