ଇପ୍‌ସିତ ପ୍ରତିହାରୀ ସୋସିଆଲ୍‌ ମିଡିଆ ଫାଉଣ୍ଡେସନର ରାଜ୍ୟ ସଭାପତି

ଭୁବନେଶ୍ୱର: ସାମ୍ବାଦିକ ଇପ୍‌ସିତ ପ୍ରତିହାରୀଙ୍କୁ ସୋସିଆଲ୍‌ ମିଡିଆ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଶାଖା ସଭାପତି ଭାବେ ମନୋନୀତ କରାଯାଇଛି। ସୋସିଆଲ୍‌ ମିଡିଆ ଫାଉଣ୍ଡେସନର ସର୍ବଭାରତୀୟ ସଭାପତି କିଶୋର ଭାଇ ଭଣ୍ଡାରୀ ଓଡ଼ିଶା ଶାଖାର ସଭାପତି ନିମନ୍ତେ ଶ୍ରୀ ପ୍ରତିହାରୀଙ୍କ ନାମକୁ ସ୍ବୀକୃତି ପ୍ରଦାନ କରିଥିବା ବେଳେ ଅନ୍ୟତମ ସଦସ୍ୟ ହେମନ୍ତ ଜୈନ ଓ ପ୍ରଦୀପ ଜୈନ ଏହାକୁ ସମ୍ମତି ପ୍ରଦାନ କରିଛନ୍ତି। ୧୪ ଅଗଷ୍ଟ ୨୦୨୧ରୁ ୩୧/୦୭/୨୦୨୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।

ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ସୋସିଆଲ୍‌ ମିଡିଆ ଫାଉଣ୍ଡେସନର ଶାଖା ଖୋଲାଯିବ ବୋଲି ରାଜ୍ୟ ସଭାପତି ଭାବେ ମନୋନୀତ ହେବା ପରେ ଶ୍ରୀ ପ୍ରତିହାରୀ ତାଙ୍କ ପ୍ରତିିକ୍ରିୟାରେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବରିଷ୍ଠ ସାମ୍ବାଦିକମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।। ଯେଉଁମାନେ ଏ ନିମନ୍ତେ ଆଗ୍ରହୀ ସେମାନେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଖୁବ୍‌ଶୀଘ୍ର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ଜିଲ୍ଲାସ୍ତରର କାର୍ଯ୍ୟକ୍ରମ କରାଯିବ ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତା ମନୋନୀତ କରାଯିିବ। ନିଯୁକ୍ତିି ପରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ପ୍ରତିହାରୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର