ଦେଓଗାଁ : ନିର୍ବାଚନକୁ ନେଇ ଗାଁ ଗାଁରେ ତାତି ରହିଥିବା ବେଳେ ମଦ ମାଂସରେ ଭାସୁଛନ୍ତି ଲୋକେ। ଏପରି ସମୟରେ ଚୋରି କରିବାର ମୌକାକୁ ଡକାୟତ ଦଳ ମଧ୍ୟ ହାତଛଡ଼ା କରୁନାହାନ୍ତି। ଘର ନିର୍ମାଣ ପାଇଁ ଗଦା ହୋଇଥିବା ଉପକରଣକୁ ବି ଚୋରି କରିନେଉଛନ୍ତି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ମୁରସିଂ ଗାଁର ଜଣେ ବ୍ୟକ୍ତିଙ୍କ ସିମେଣ୍ଟ, ଲୁହାଛଡ଼, ପ୍ଲାଏଉଡ଼ ଚୋରି ହୋଇଥିବା ନେଇ ଶନିବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ପର୍ଶୁପାଲି ଗାଁର ସୁଜିତ ପଧାନ କୁତୁର୍ଲା ଧ୍ରୁବ ଆନନ୍ଦ ମହାବିଦ୍ୟାଳୟ ସମ୍ମୁଖରେ ଘର ନିର୍ମାଣ କରୁଛନ୍ତି। ସେଠାରେ ସେ ଘର ନିର୍ମାଣ ଉପକରଣ ରଖିଥିଲେ। ଶନିବାର ସକାଳେ ଘରକୁ ଯାଇ ଦେଖିବା ବେଳେ ଘରେ ଥିବା ୨.୫ କ୍ଵିଣ୍ଟାଲ ଛଡ଼, ୧୦ ପ୍ୟାକେଟ ସିମେଣ୍ଟ ଓ ୧୬ ଟି ପ୍ଲାଏଉଡ଼୍ ଘରେ ନଥିଲା। ଫଳରେ ତାହା ଚୋରି ହୋଇଥିବା ସନ୍ଦେହ କରି ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/iron-rod.png)