ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ବେଦାନ୍ତ ପ୍ଲାଣ୍ଟ ସାଇଟ୍‌ରୁ ବିପୁଳ ପରିମାଣର ଲୁହାଫ୍ଲେଞ୍ଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବେଦାନ୍ତର ଆସୋସିଏଟ୍‌ ଅଫିସର ମନୋଜ ଚୌଗଲେଙ୍କ ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଅଭିଯୁକ୍ତ ଦ୍ବୟ ହେଲେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ଦିନେଶ ଜେନା ଓ ଝାରସୁଗୁଡ଼ା ପଞ୍ଚପଡ଼ାର ଲିଙ୍ଗେଶ୍ବର ରୋହିଦାସ। ଅଭିଯୁକ୍ତଙ୍କ ନିକଟରୁ ୩୪ଟି ଲୁହା ଫ୍ଲେଞ୍ଜ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ବେଦାନ୍ତ ମୁଖ୍ୟ ଫାଟକ ନିକଟରେ କ୍ୟୁଆର୍‌ଟି ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ବାଇକ୍‌ରେ ଯାଉଥିବା ୨ ସନ୍ଦିଗ୍ଧ ଯୁବକଙ୍କୁ ଧରି ଯାଞ୍ଚ କରିଥିଲା। ଏହି ସମୟରେ ସେମାନେ ପ୍ଲାଣ୍ଟସାଇଟ୍‌ରୁ ଚୋରି କରିଥିବା ଜଣାପଡ଼ିବା ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।