ଯୁବକଙ୍କ ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ୍

ରାଇରଙ୍ଗପୁର/ବହଳଦା: ଯୁବକଙ୍କ ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ୍। ଏପରି ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ମୟୂରଭଞ୍ଜ ଜିଲ୍ଲା ୨୨୦ ନଂ ଜାତୀୟ ରାଜପଥ ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ନିକଟରେ ଘଟିଯାଇଛି।
ସୂଚନା ଅନୁସାରେ ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ଗାଁର ହରେକୃଷ୍ଣ ମହାନ୍ତଙ୍କର ପୁତ୍ର ସୁବ୍ରତ କୁମାର ମହାନ୍ତ (୨୬) ରାସ୍ତାକଡ଼ରେ ଛିଡା ହୋଇଥିଲେ। ସେହି ସମୟରେ ଆଇରନ୍ ବୋଝେଇ ଟ୍ରକ୍‌ (ଓଡି୦୯କିୟୁ-୬୨୬୬) ତାଙ୍କୁ ଧକ୍କା ଦେଇଥିଲା ଫଳରେ ଯୁବକଙ୍କ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଘଟଣା ସ୍ଥଳରୁ  ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ  ଚିକିତ୍ସା ପାଇଁ ପଠାଇଥିଲେ।
ରକ୍ତ ଜୁଡୁବୁଡୁ ଦେଖି  ବାନାଡୁଙ୍ଗୁରୀ  ଛକ ନିକଟରେ କ୍ଷତିପୂରଣ ଦାବିରେ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାଥମିକ ଚିକିତ୍ସାପରେ ଗୁରୁତର ଅବସ୍ଥାରେ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାରେ ବହଳଦା ପୁଲିସ ଓ ରାଇରଙ୍ଗପୁର ଏସ୍‌ଡିପିଓ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
ସମ୍ବନ୍ଧିତ ଖବର