ଚଣ୍ଡିଖୋଲ: ବୈରୀ ଥାନା ଅନ୍ତର୍ଗତ ବୈରୀ ଗ୍ରାମର ଠିକାଦାର ବିଶ୍ୱଜିତ ମହାନ୍ତିଙ୍କ ବାଡ଼ିରେ ରଖାଯାଇଥିବା ଲୁହାପ୍ଲେଟ୍‌ ଚୋରି କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବୈରୀ ଥାନା ଅନ୍ତର୍ଗତ ବୈରୀ ଗ୍ରାମର ବିପିନ ସାମଲ (୩୨)। ସୂଚନା ମୁତାବକ, ଠିକାଦାର ବିଶ୍ବଜିତଙ୍କ ବାଡ଼ିରେ ଥିବା ୬ ଟି ଲୁହାପ୍ଲେଟ୍‌କୁ ଅଭିଯୁକ୍ତ ବିପିନ ଗତ ୧୪ ତାରିଖ ରାତିରେ ଚୋରି କରି ନେଇଥିଲା। ଏନେଇ ବିଶ୍ୱଜିତ ବୈରୀ ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍‌ ନମ୍ବର ୭୧/୨୩ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment

ସନ୍ଦେହରେ ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିବା ରେ ବିପିନ ଚୋରି କରିଥିବା ସ୍ୱୀକାର କରିଥଲା। ଅଭିଯୁକ୍ତର ବୟାନ ଅନୁଯାୟୀ ଚୋରି ଲୁହାପ୍ଲେଟ୍‌ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଲୁହାପ୍ଲେଟ୍‌ ବିଶ୍ୱଜିତଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ବିପିନକୁ ଗିରଫ କରି ପୁଲିସ ଆଜି କୋର୍ଟଚାଲାଣ କରିଛି।