ଜାତୀୟ ରାଜପଥରୁ ଲୁହା ଲୁଟ୍‌, ୩ ନାବାଳକ ଧରାପଡ଼ିଲେ

କାଳିଆପାଣି: ସୁକିନ୍ଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୫୩ କଡ଼ରେ ଲାଗିଥିବା ବିଭିନ୍ନ ଲୁହା ସାଇନବୋର୍ଡ ଓ ସୁରକ୍ଷା ବାଡ଼ାକୁ କାଟି ଲୁଟ୍‌ ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ପୁଲିସକୁ ଅବଗତ କରାଇଥିଲେ। ଏସଂକ୍ରାନ୍ତରେ ପୁଲିସ ପକ୍ଷରୁ ଆଖପାଖ ବସ୍ତି ଓ ଗାଁ ଉପରେ ନଜର ରଖାଯାଇଥିଲା।

ରଙ୍ଗିଟାଙ୍ଗର ଆଦିବାସୀ ବସ୍ତିରୁ କିଛି ଲୁଟ୍‌ ସାମଗ୍ରୀ ଓ ଏକାଧିକ ଆରିପାତ ଜବତ ହୋଇଥିଲା। ଉକ୍ତ ବସ୍ତିର ୩ ଜଣ ନାବାଳକ ଏହି ଲୁଟ୍‌ରେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ପକ୍ଷରୁ ଅଭିଯୁକ୍ତ ନାବାଳକ ଏବଂ ସେମାନଙ୍କ ବାପା ଓ ଅଭିଭାବକଙ୍କୁ ଡକାଯାଇ ଭବିଷ୍ୟତରେ ଏଭଳି ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ସ୍ବୀକାରୋକ୍ତି ପତ୍ର ଲେଖି ରଖିଥିଲେ। ଅଭିଯୁକ୍ତମାନେ ଥାନାରୁ ଛାଡ଼ ପାଇଥିଲେ।

ସମ୍ବନ୍ଧିତ ଖବର