ଦାନଗଦୀ : କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ନିୟମିତ ଲୁହା ଚୋରି କରୁଥିବା ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ମିରିଗିଚରା ଗ୍ରାମର ଘାସିରାମ କୁନକେଲ (୩୧), ରବୀନ୍ଦ୍ର ବେହେରା (୩୩), ରଞ୍ଜିତ ବେହେରା (୨୫), ଭଗବାନ ସଏ (୨୦) ଓ ଅଲେଖ ବେହେରା (୨୭)।
ଗତ ମେ ମାସ ୧୦ ତାରିଖ ରାତିରେ ୧୦ରୁ ୧୫ ଜଣ ଲୁଟେରା କାରଖାନାର ବାଲିଗୋଠ ନିକଟସ୍ଥ ପାଚେରି ଡେଇଁ ଲୁହା ଚୋରି କରିଥିଲେ। ସୁରକ୍ଷା କର୍ମୀଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ଏସମ୍ପର୍କରେ ସୁରକ୍ଷା ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ। ଆଜି ଅଭିଯୁକ୍ତମାନେ ପୁଣି ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରିୟବ୍ରତ ରାଉତ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest.jpg)