କ୍ରସରରୁ ଲୁହା ଚୋରି, ଜଣେ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

କବାଟବନ୍ଧ : ଜେନାପୁର ଥାନା କୁସୁନପୁର ନିକଟରେ ଏକ ନିର୍ମାଣାଧୀନ କ୍ରସରରୁ ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ଗୁରୁବାର ଦିନ ରାଇଛନ୍ଦା (ତଇଲାସାହି) ଗ୍ରାମର ପୁନେନ୍ଦ୍ର ସାହୁ ଓରଫ ବୁଲାକୁ ଗିରଫକରି କୋର୍ଟଚାଲାଣ କରିଛି।

ଶ୍ୟାମସୁନ୍ଦରପୁର ଗ୍ରାମର ରାଜେଶ ସାହୁଙ୍କର କୁସୁନପୁର ନିକଟରେ ଏକ କ୍ରସର ନିର୍ମାଣାଧୀନ ରହିଛି। ଏହି କ୍ରସରରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ ଚୋରି ହୋଇଥିଲା। ଏନେଇ ସେ ଗତ ୩ ତାରିଖରେ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୧୧୦/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗୁରୁବାର ଦିନ ରାଇଛନ୍ଦା ପୁନେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe