ପରଜଙ୍ଗ: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଜାତୀୟ ରାଜପଥ-୫୩ରେ ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଲୁହାପଥର ବୋଝେଇ ଟ୍ରକର ଚାଳକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।

Advertisment

ଉକ୍ତ ଟ୍ରକଟି କେନ୍ଦୁଝରରୁ ଅନୁଗୁଳ ଅଭିମୁଖେ ଯାଉଥିବାବେଳେ ଚକା ଫାଟି ଯିବା ଯୋଗୁ ନଦୀକୁ ଖସି ପଡ଼ିଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।