କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଓପିଏସସି ଅଧ୍ୟକ୍ଷ ହାଇକୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଅଧ୍ୟକ୍ଷ ସୋମବାର କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।
ହାଜର ହେବା ସହ ଅଧ୍ୟକ୍ଷ କୋର୍ଟଙ୍କ ସମ୍ମୁଖରେ ସଂଶୋଧିତ ଡେଣ୍ଟାଲ ସର୍ଜନ ମେଧା ତାଲିକା ଦାଖଲ କରିଥିଲେ। ଏହି ତାଲିକାକୁ କାଲି ସୁଦ୍ଧା ଓପିଏସସି ନିଜର ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି, ସେନେଇ ହାଇକୋର୍ଟ ତଥ୍ୟ ଲୋଡିଛନ୍ତି । ଏଥିସହ ସରକାରଙ୍କୁ ନିଯୁକ୍ତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୩ ଦିନ ଭିତରେ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ହେବ ଓ ସେହି ଦିନ ହାଇକୋର୍ଟ ଚୂଡାନ୍ତ ରାୟ ଶୁଣାଇବାର ଆଶା ରହିଛି।
ସୂଚନାଯୋଗ୍ୟ, ମେଧା ତାଲିକାର ୧୭୮ ଜଣଙ୍କ ମଧ୍ୟରୁ ୧୭୧ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପ୍ରଶ୍ନ ପତ୍ରରେ ତ୍ରୁଟି ଅଭିଯୋଗ କରି ୬ ଜଣ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅଧିକ ପଢ଼ନ୍ତୁ: ବିଧାନସଭା ଶୀତକାଳୀନ ଅଧିବେଶନ: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି
୨୦୨୦ରେ, ବିଶେଷଜ୍ଞ କମିଟି ଓପିଏସସିରେ ଏକ ରିପୋର୍ଟ ଦାଖଲ କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ୧୨ଟି ପ୍ରଶ୍ନର ଭୁଲ ଉତ୍ତର ଅଛି। ଏହା ପରେ, ଓପିଏସସି ପକ୍ଷରୁ ପୁନର୍ବାର ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ କେବଳ ଜଣେ ଆଶାୟୀ ଯୋଗ୍ୟ ବିବେଚିତ ହୋଇଥିଲେ |
ଏହି ମାମଲାର ଶୁଣାଣି କରି ଏକକ କୋର୍ଟ ଦେଇଥିବା ନିଯୁକ୍ତି ନିର୍ଦ୍ଦେଶକୁ ଓପିଏସସି ଅବମାନନା କରି ସମ୍ବିଧାନିକ ପୀଠକୁ ଯାଇଥିଲେ । ସମ୍ବିଧାନିକ ପୀଠ ମାମଲାର ଶୁଣାଣି କରିବା ସହ ସଂଶୋଧିତ ତାଲିକା ଦାଖଲ କରିବାକୁ ବାରମ୍ବାର ତାଗିଦ କରିଥିଲେ । କିନ୍ତୁ ସବୁ ଥର ଓପିଏସସି ଏହି ନିର୍ଦ୍ଦେଶକୁ ଏଡାଇଚାଲିଥିଲେ ।
ଅଧିକ ପଢ଼ନ୍ତୁ: ଶୀତକାଳୀନ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ