ଦେଓଗାଁ : ଦେଓଗାଁ ବ୍ଲକ୍ କୁତୁର୍ଲା ପେକ୍ସରେ ଲାଗିରହିଥିବା ଧାନକିଣା ଅନିୟମିତତା ଓ ଚାଷୀ ଅସନ୍ତୋଷକୁ ନେଇ ବୁଧବାର ଅପରାହ୍ନରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ପେକ୍ସରେ ପହଞ୍ଚିଥିଲେ। ଧାନକିଣା ବ୍ୟବସ୍ଥା ତଦାରଖ କରିଥିଲେ। ଗତ ୧୨ତାରିଖ ଦିନ ହୋଇଥିବା ଫଲ୍ସଏଣ୍ଟ୍ରି ଅଭିଯୋଗର ଏକ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ଉପସ୍ଥିତ ସିଏସ୍ଓ, ଡିଆର୍ସିଏସ୍ଙ୍କୁ ନିର୍ଦେଶ ଦେଇଥିଲେ। ଟ୍ରକ୍ରେ ଆଣି ବିକ୍ରି କରିଥିବା ଚାଷୀଙ୍କ ଧାନ ବିକ୍ରିକୁ ନେଇ ସମବାୟ, ଯୋଗାଣ ଓ ରାଜସ୍ବ ବିଭାଗ ମିଳିତ ଭାବେ ତଦନ୍ତ କରି ଆସନ୍ତା ୨ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏହି ନିର୍ଦେଶରେ ଦର୍ଶାଇଛନ୍ତି। ଯେଉଁ ମିଲର ଚାଷୀଙ୍କୁ ହଇରାଣ କରୁଛନ୍ତି ଏବଂ ମନଇଚ୍ଛା କଟନି ଛଟନି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଆର୍ସିଏସ୍ଙ୍କୁ ନିର୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ, ଧାନ ଅମଳ କରି ଘରେ ରଖିଥିଲେ ମଧ୍ୟ ଠିକ୍ ଭାବେ ବିକ୍ରି ହୋଇପାରୁ ନାହିଁ। ମିଲରଙ୍କୁ ଧାନ ଦେଲେ ବସ୍ତା ମଧ୍ୟ ଦେଉନାହିଁ ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ଜିଲ୍ଲାପାଳ ଯେଉଁଚାଷୀ ପେକ୍ସରେ ଧାନ ଅନଲୋଡ଼ କରିବାକୁ ଅକ୍ଷମ, ସେ ଯଦି ସିଧାସଳଖ ନିକଟସ୍ଥ ମିଲକୁ ନେବାକୁ ଚାହିଁବ, ତାହେଲେ ପେକ୍ସକୁ ଧାନଗାଡ଼ି ଆଣି ପାସ କାଟିବା ପରେ ମିଲକୁ ଧାନ ନେଇପାରିବ ବୋଲି ପେକ୍ସ ସଂପାଦକ ଓ ଚାଷୀମାନଙ୍କୁ କହିଥିଲେ। ଚାଷୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ଚାଷୀଙ୍କ ଧାନ ଠିକ ଭାବେ ବିକ୍ରୟ ହେବା ପରେ ପ୍ରାଥମିକତା ଦେବା ସହ କମ ଧାନ ଉତ୍ପାଦନ କରୁଥିବା ଚାଷୀଙ୍କୁ ପ୍ରଥମେ ବିକ୍ରୟ କରିବାର ସୁଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏହି ତଦନ୍ତ ବେଳେ ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍ସିଏସ୍, ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରମୁଖ ଉପସ୍ଥିତଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ବାହାର ଜିଲ୍ଲାର ଧାନ କୁତୁର୍ଲା ପେକ୍ସରେ ଏଣ୍ଟ୍ରି ହେଉଛି ବୋଲି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ୧୪ତାରିଖ ଦିନ ଡିଆର୍ସିଏସ୍ ଓ ଏଆର୍ସିଏସ୍ ପେକ୍ସକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ।
ଦେଓଗାଁ ବ୍ଲକରେ ଧାନକିଣା ଅନିୟମିତତା, କୁତୁର୍ଲା ପେକ୍ସରେ ପହଞ୍ଚିଲେ ଜିଲ୍ଲାପାଳ
ଫଲ୍ସଏଣ୍ଟ୍ରି ଅଭିଯୋଗର ଯୁଗ୍ମ ତଦନ୍ତ ନିର୍ଦେଶ
/sambad/media/post_attachments/wp-content/uploads/2020/12/୍ି4୍98ମି47୍98ମ7୍ମ98ିମି7୍.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)