ଜଳସେଚନ ବିଭାଗର ଗ୍ୟାଙ୍ଗଷ୍ଟର୍‌ ଲିଙ୍କ୍‌

ଟିଟୋର ୪ ଘନିଷ୍ଠ ସରକାରୀ ବାବୁ କିଏ? ପ୍ରମାଣ ରଖି ଚୁପ୍‌; ରିମାଣ୍ତରେ ଆସିଥିଲେ ଫସିଥାନ୍ତେ ଅଧିକାରୀ

କଟକ : ଜଗତପୁର ଜଳସେଚନ ବିଭାଗର ଟେଣ୍ତର ସଂକ୍ରାନ୍ତୀୟ ଗୁପ୍ତ ତଥ୍ୟ ଗ୍ୟାଙ୍ଗଷ୍ଟର ଟିଟୋକୁ ବିଭାଗର ଚାରି ଜଣ ବରିଷ୍ଠ ଅଧିକାରୀ ଯୋଗାଉ ଥିଲେ। ଟିଟୋର ଖାସ୍‌ ସହଯୋଗୀ କାଲା ବାବୁ ଓରଫ ବାବୁ ଖାଁ ଜରିଆରରେ ହିଁ ଜଳସେଚନ ବିଭାଗର ଏହି ଅଧିକାରୀମାନେ ଟେଣ୍ତର ସମ୍ପର୍କିତ ତଥ୍ୟ ଟିଟୋ ପାଖରେ ପହଞ୍ଚାଉ ଥିଲେ। ଏଭଳି କିଛି ତଥ୍ୟ ଟିଟୋ ଧରାପଡି ଜେରା ହେବା ‌ସମୟରେ ଦେଇଥିବା ତଥ୍ୟ ରହିଛି। କିନ୍ତୁ ପରବର ସମୟରେ ଜଳସେଚନ ବିଭାଗର ଏହି ଅଧିକାରୀମାନଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା ଏବ˚ ଟିଟୋ ଗିରଫର ୩ ବର୍ଷ ପରେ ବି ପୁଲିସ ଏହି ପ୍ରସ˚ଗରେ ନିରବ ରହିବା ସ୍ଥିତିକୁ ଅଧିକ ଗୋଳମାଳିଆ କରୁଛି। ଆତଙ୍କବାଦୀ ଅବଦୁର ରହେମାନର ଭାଇ ତାହିର‌୍‌ ଅଲ୍ଲୀଙ୍କୁ ଜଳସେଚନ ବିଭାଗର ଟେଣ୍ତର ହାତେଇବାକୁ ନେଇ ଯେଉଁ ଗୁଳି ମାଡ଼ ହୋଇଥିଲା, ତାହାର ମୂଳ କାରଣ ଟେଣ୍ତର ସ˚କ୍ରାନ୍ତ ଗୁପ୍ତ ତଥ୍ୟ ପ୍ରଘଟ ବୋଲି କୁହାଯାଏ। ପୁଲିସ ଟିଟୋର ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଜଳସେଚନ ବିଭାଗର ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଜି ବି ରହସ୍ୟଜନକ ହୋଇ ରହିଛି।

କଟକ ଜଗତପୁର ନର୍ଥ ଡିଭିଜନ୍‌ ସମ୍ପୂର୍ଣ୍ଣ ଭାବେ ଟିଟୋ ନିୟନ୍ତ୍ରଣରେ ରହି ଆସିଛି। ଟିଟୋର ଇଙ୍ଗିତରେ ମହାନଦୀ ବ୍ୟାରେଜ ଡିଭିଜନ, ଡ୍ରେନେଜ ଡିଭିଜନ, ଆରଆଣ୍ତବି ଡିଭିଜନରେ ଟେଣ୍ତର ଫିକ୍ସି˚ କରି ଲକ୍ଷାଧିକ ଟଙ୍କାର ବେଆଇନ କାରବାର କରାଯାଇଛି। ସେହିପରି ମଙ୍ଗଳାବାଗର ଯୋବ୍ରାରେ ଥିବା ସାଉଥ୍‌ ଡିଭିଜନ୍‌, କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ ଆର‌୍‌ଆଣ୍ତବି, ଚାଉଳିଆଗଞ୍ଜ ଆର‌୍‌ଆଣ୍ତବି ମୁଖ୍ୟତଃ ଧଳସାମନ୍ତ ଗ୍ୟାଙ୍ଗ କବ୍‌ଜାରେ ରହୁଥିଲା। ଧଳସାମନ୍ତ ଭାଇଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିବା ପରେ ସହରରେ ଏକ ପ୍ରକାର ଟେଣ୍ତର ଫିକ୍ସି˚ ବନ୍ଦ ହୋଇଯାଇଥିବା କୁହାଯାଉଛି। କିନ୍ତୁ ଜଗତପୁର ନର୍ଥ ଡିଜିଜନ୍‌ ଟିଟୋ ନିୟନ୍ତ୍ରଣରେ ରହୁଥିବା ବେଳେ ଏହି ଜଳସେଚନ ବିଭାଗର ୩୦ ଲକ୍ଷ ଟଙ୍କାର କାମ ପାଇଁ ୨୦୧୮ ମାର୍ଚ୍ଚ ୨୮ ତାରିଖରେ ଅବଦୁର‌୍‌ ରହେମାନ୍‌ର ବଡ଼ ଭାଇ ମହମ୍ମଦ ତାହିର‌୍‌ ଅଲ୍ଲୀ ଖାଁଙ୍କୁ ଟିଟୋ ଗ୍ୟାଙ୍ଗର ସଦସ୍ୟ ଗୁଳି ମାଡ଼ କରିଥିଲେ। ଟିଟୋର ଖାସ୍‌ ସହଯୋଗୀ କାଲା ବାବୁ, ଅଲେଖ ରାଉତରାୟ, ଟୁଟୁନି ଭଳି ମୋଟ ୧୦ ଜଣ ଅପରାଧୀଙ୍କୁ ପୁଲିସ ସେତେବେଳେ ଗିରଫ କରିଥିଲା।

୨୦୧୮ ଜୁନରେ ଟିଟୋକୁ ଏସଟିଏଫ୍‌ ଗିରଫ କରିବା ପରେ ତାହିରଙ୍କ ମାମଲାରେ ଅଗଷ୍ଟରେ ଟିଟୋକୁ ଦୁଇ ଦିନିଆ ରିମାଣ୍ତରେ କମିସନରେଟ୍‌ ପୁଲିସ ଆଣି ଥିଲା। ଜଗତପୁର ନର୍ଥ ଡିଭିଜନରେ ଚାଲିଥିବା ଟେଣ୍ତର ଫିକ୍ସି˚ କାରବାର ସମ୍ପର୍କରେ ପୁଲିସ ସେତେବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିଲା। ଡିଭିଜନର ନିର୍ଦ୍ଦିଷ୍ଟ ୪ ଜଣ ଅଧିକାରୀ ଟିଟୋ ସମ୍ପର୍କରେ ଥିବା ବେଳେ ଟିଟୋକୁ ନିୟମିତ ଟେଣ୍ତର ସ˚କ୍ରାନ୍ତ ତଥ୍ୟ ଯୋଗାଉଥିବା କମିସନରେଟ୍‌ ପୁଲିସ ହାତରେ ପ୍ରମାଣ ଥିବା ବେଳେ ପୁଲିସ ଏ କ୍ଷେତ୍ରରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଭଳି କାରବାରରେ ଆଉ କିଛି ପ୍ୟାନେଲ୍‌ ଠିକାଦାରଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା କୁହାଯାଉଛି। ଅନ୍ୟପଟେ ଟିଟୋ ବିରୋଧରେ ଚାଉଳିଆଗଞ୍ଜ ଓ କିଶନଗର ଥାନାରେ ବି ମାମଲା ରହିଛି। କଟକ-ପାରାଦୀପ ଓ କଟକ-ଜଗତସି˚ହପୁର ରାସ୍ତାରେ ବସରୁ ବଟି ଆଦାୟ, ମହାନଦୀ ବ୍ୟାରେଜ ଡିଭିଜନ, ଡ୍ରେନେଜ୍‌ ଡିଭିଜନ, ଆରଆଣ୍ତବି ଡିଭିଜନରେ ଟେଣ୍ତର ଫିକ୍ସି˚ ସ˚କ୍ରାନ୍ତରେ ୨୦୧୬ରେ ଚାଉଳିଆଗଞ୍ଜ ଥନାରେ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ କିଶନଗର କାଳିକାପୁରଠାରେ ମହାନଦୀ ବନ୍ଧ ରାସ୍ତା କାମ ଚାଲିଥିବା ବେଳେ ଠିକାଦାରଙ୍କୁ ବୋମାମାଡ଼ ଭଳି ଘଟଣାରେ ବି ଟିଟୋର ସମ୍ପୃକ୍ତି ରହିଛି।

ଟିଟୋକୁ ଏହି ମାମଲାରେ ପୁଲିସ ପୁନଃ ରିମାଣ୍ତରେ ଆଣିବାକୁ ଯୋଜନା କରୁଥିବା କହି ଉଭୟ କମିସନରେଟ୍‌ ଓ ଗ୍ରାମାଞ୍ଚଳ ପୁଲିସ ନିରବ ରହିଯାଇଛନ୍ତି। ଟିଟୋ ରିମାଣ୍ତରେ ଆସିଥିଲେ ହୁଏଥ ଚାଉଳିଆଗଞ୍ଜ, କିଶନନଗର, ଜଗତପୁର ଓ ସାଲେପୁର ଅଞ୍ଚଳରେ ଟେଣ୍ତର କାରବାରକୁ ନେଇ ଚାଲିଥିବା ଅନେକ କେଳେଙ୍କାରୀ ଓ ସରକାରୀ ବାବୁଙ୍କ ଚେହେରା ସାମନାକୁ ଆସିପାରିଥାନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର