ଭୁବନେଶ୍ୱର : ଚଳିତ ବର୍ଷ ୧ଲକ୍ଷ ୪୯ ହଜାର ୧୨୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ। ଓଡ଼ିଶା ଉଠା ଜଳସେଚନ ନିଗମ ପକ୍ଷରୁ ଏନେଇ ୧୬୦୦ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିସହ ୨୦ ହଜାର ଗଭୀର ନଳକୂପ ଏବଂ ୬୦୦ ଅଗଭୀର ନଳକୂପ ସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ଓ କୃଷି ବିଭାଗ ବଜେଟ୍ରୁ ୧ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଓଡ଼ିଶା ଉଠା ଜଳସେଚନ ନିଗମ ପକ୍ଷରୁ ଆୟୋଜିତ ୪୬ତମ ପ୍ରତିଷ୍ଠା ଦିବସର ଏହା କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ନିରଂଜନ ପୂଜାରି। ନିଗମର ଅଧ୍ୟକ୍ଷ ରଘୁନାଥ ମହାନ୍ତି କହିଲେ ଯେ, ଆସନ୍ତା ୫ ବର୍ଷରେ ନିଗମ ପକ୍ଷରୁ ୧ଲକ୍ଷ ୧ହଜାର ୩୨୦ଟି ପ୍ରକଳ୍ପ କରାଯାଇ ମୋଟ୍ ୭ଲକ୍ଷ ୪୧ ହଜାର ୫୫ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ସଚିବ ଇଂ ଅକ୍ଷୟ କୁମାର ବାନାର୍ଜୀ ଏବଂ ନିଗମର ବିଭିନ୍ନ କାର୍ଯ୍ୟପନ୍ଥା ବାବଦରେ ବକ୍ତବ୍ୟ ରଖିଥିଲେ। ଶେଷରେ ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାଧାମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଚଳିତବର୍ଷ ୧ଲକ୍ଷ ୪୯ ହେକ୍ଟର ଜମିକୁ ଜଳସେଚନ
/sambad/media/post_attachments/wp-content/uploads/2018/10/eee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)