ଆଇଏସ୍‌ସି ଦ୍ବାଦଶ ରେଜଲ୍ଟ, ଲଳିତେନ୍ଦୁ ଆଗରେ

ରାଉରକେଲା: ଆଜି ଆଇଏସ୍‌ସି ଦ୍ବାଦଶ ଫଳ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ବିଶେଷ କରି ରାଉରକେଲାର ଅଧିକାଂଶ ସ୍କୁଲର ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ବିଜ୍ଞାନରେ ଛେଣ୍ଡକଲୋନି ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲର ଲଳିତେନ୍ଦୁ ଜେ ମିଶ୍ର ୯୮.୭୫% ନମ୍ବର ରଖି ଜିଲ୍ଲାରେ ଆଗରେ ରହିଛନ୍ତି। ସେକ୍ଟର-୧୯ ସେଣ୍ଟ ପଲ୍‌ସ ସ୍କୁଲର ମନୀଷ କୁଣ୍ଡୁ ୯୭.୭୫% ନମ୍ବର ରଖି ଦ୍ବିତୀୟ ଓ ୯୭.୫୦% ନମ୍ବର ରଖି ସଦାନ ହୋସେନ୍‌ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି। ସେମିତି ସେକ୍ଟର-୨ସ୍ଥ ଡିସୌଜା ସ୍କୁଲରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲ : ଛେଣ୍ଡ କଲୋନି ଚିନ୍ମୟ ସ୍କୁଲରେ ବିଜ୍ଞାନରେ ମୋଟ ୧୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୨୯ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୩୮ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୩୩ ଛାତ୍ରଛାତ୍ରୀ ୭୦% ରୁ ଅଧିକ, ୧୩ ଛାତ୍ରଛାତ୍ରୀ ୬୦%ରୁ ଅଧିକ ଓ ୨ ଛାତ୍ରଛାତ୍ରୀ ୫୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ଲଳିତେନ୍ଦୁ ଜେ ମିଶ୍ର ୯୮.୭୫% ନମ୍ବର ରଖି ଜିଲ୍ଲାରେ ଆଗରେ ରହିବା ସହ ସ୍କୁଲରେ ଟପ୍ପର ହୋଛନ୍ତି।

୯୭.୫% ନମ୍ବର ରଖି ଶିଭାଂଶ ଜ୍ୟୋତିଶି ଦ୍ବିତୀୟ, ୯୬% ନମ୍ବର ରଖି  ଜ୍ଞାନେନ୍ଦ୍ର ରାଣସିଂହ, ଦିବ୍ୟ ରଞ୍ଜନ ଦେହୁରି, ଅଦ୍ବିତ ପି. ପଣ୍ଡା ସ୍କୁଲରେ ତୃତୀୟ ସ୍ଥାନରେ ରହିଛନ୍ତି। ୯୫.୫% ନମ୍ବର ରଖି  ସୌମ୍ୟ ରଞ୍ଜନ ପାତ୍ର ଚତୁର୍ଥ, ୯୫% ନମ୍ବର ରଖି ସୁଲିପ୍ତା କାରା ପଞ୍ଚମ ସ୍ଥାନରେ ରହିଛନ୍ତି। ସେମିତି ବାଣିଜ୍ୟରେ ମୋଟ ୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ  ୯ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୧୨ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୧୯ ଛାତ୍ରଛାତ୍ରୀ ୭୦%ରୁ ଅଧିକ, ୧୪ ଛାତ୍ରଛାତ୍ରୀ ୧୪%ରୁ ଅଧିକ ନମ୍ବର ରଖିଛନ୍ତି। ୯୬.୭୫% ନମ୍ବର ରଖି ଲାବଣ୍ୟ କୁମାର ଓ  ଶ୍ରେୟା ଚନ୍ଦ୍ରକାର ସ୍କୁଲରେ ଟପ୍ପର ହୋଇଛନ୍ତି। ୯୬% ନମ୍ବର ରଖି ରିଷଭ ଜୈନ ଦ୍ବିତୀୟ, ୯୪% ନମ୍ବର ରଖି ସୁବାଶିଷ ସିହ୍ନା, ନିଧି ଅଗ୍ରୱାଲ ତୃତୀୟ ସ୍ଥାନରେ ରହିଛନ୍ତି। ୯୩% ନମ୍ବର ରଖି ପ୍ରିୟଙ୍କା ରାଉତ ଚତୁର୍ଥ, ୯୨.୨୫% ନମ୍ବର ରଖି ରନିଶ ପୋଦାର ପଞ୍ଚମ ସ୍ଥାନରେ ରହିଛନ୍ତି।

ସେଣ୍ଟ ପଲ୍‌ସ ସ୍କୁଲ : ସେକ୍ଟର-୧୯ସ୍ଥ ସେଣ୍ଟ ପଲ୍‌ସରେ ଚଳିତ ଥର ମୋଟ ୮୩ ଛାତ୍ରଛାତ୍ରୀ ବିଜ୍ଞାନରେ ଦ୍ବାଦଶ ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୭.୭୫% ନମ୍ବର ରଖି ମନୀଷ କୁଣ୍ଡୁ ସ୍କୁଲରେ ଟପ୍ପର ହୋଇଛନ୍ତି। ୯୭.୫୦% ନମ୍ବର ରଖି  ସଦାନ ହୋସେନ୍‌ ଦ୍ବିତୀୟ, ୯୭.୨୫% ନମ୍ବର ରଖି ସାହିତ କୁମାର ସିଂହ ତୃତୀୟ ସ୍ଥାନରେ ରହିଛନ୍ତି। ପୀୟୁଷ ରଞ୍ଜନ ଦାସ, ଅଭିଜିତ ପ୍ରଧାନ ଓ ତୟନା ଚୌଧୁରୀ ଯଥାକ୍ରମେ ୯୭% ଲେଖାଏଁ ନମ୍ବର ରଖି ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ପଟ୍ଟନାୟକ ୯୬.୭୫% ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ୨୩ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୧୯ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୨୨ ଛାତ୍ରଛାତ୍ରୀ ୭୦%ରୁ ଅଧିକ, ୧୯ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ସେଣ୍ଟ ପଲ୍‌ସ ସ୍କୁଲର ଅଧ୍ୟକ୍ଷ ଫାଦର ଏସ୍. ଯୋଶେଫ ପରୀକ୍ଷା ଫଳରେ ଖୁସି ପ୍ରକଟ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଇସ୍ପାତ ରଂରାଜୀ ମାଧ୍ୟମ ସ୍କୁଲ : ସେକ୍ଟର-୨୦ସ୍ଥ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲ ପରୀକ୍ଷା ଦେଇଥିବା ସମସ୍ତ ୧୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୭ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୩୧ ଛାତ୍ରଛାତ୍ରୀ ୮୦ରୁ ୮୯%, ୪୦ ଛାତ୍ରଛାତ୍ରୀ ୭୦ରୁ ୭୯%, ୨୨ ଛାତ୍ରଛାତ୍ରୀ ୬୦ରୁ୬୯%, ୧୦ ଛାତ୍ରଛାତ୍ରୀ ୫୦ରୁ୫୯% ନମ୍ବର ରଖି ପାସ୍‌ କରିଛନ୍ତି।  ୯୬.୫% ନମ୍ବର ରଖି ପ୍ରସନ୍ନ କୁମାର ମଣ୍ଡଳ ଓ ଉମେଶ ଚନ୍ଦ୍ର ସାହୁ ସ୍କୁଲରେ ଟପ୍ପର ହୋଇଛନ୍ତି। ୯୫.୨୫% ନମ୍ବର ରଖି ପ୍ରୀତି ମିଶ୍ର ଦ୍ବିତୀୟ ଓ ୯୫.୨୫% ନମ୍ବର ରଖି ପ୍ରିୟଙ୍କା ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର