ଅ-ତିଥିରେ ରଥଯାତ୍ରା : ଜଗନ୍ନାଥ ରଥଯାତ୍ରା କମିଟି ବି ଓହରିଲା

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ସୌମ୍ୟରଂଜନ, ବିରୋଧ କରି ପତ୍ର ଲେଖିଥିଲା ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ

ଭୁବନେଶ୍ବର : ଚାରିଆଡୁ ପ୍ରବଳ ଚାପର ସମ୍ମୁଖୀନ ହେବା ପରେ ଶେଷରେ ସେପ୍ଟେମ୍ବର ୨୯ ତାରିଖରେ ରଥଯାତ୍ରା ପାଳନ ନେଇ ଭଗବାନ ଜଗନ୍ନାଥ ରଥଯାତ୍ରା କମିଟି ତା ନିଷ୍ପତ୍ତିରୁ ଓହରିଯାଇଛି। ଆଜି ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ସଂସ୍ଥାର ଅଧ୍ୟକ୍ଷ ସତୀଶ ଗୁପ୍ତା ଚିଠି ଲେଖି ଜଣାଇଛନ୍ତି। ଗତ ୧୦ ତାରିଖ ଦିନ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଶ୍ରୀ ଗୁପ୍ତାଙ୍କୁ ପତ୍ର ଜରିଆରେ ଅସନ୍ତୋଷ ଜଣାଇବା ସହିତ ରଥଯାତ୍ରାରୁ ଓହରିବାକୁ ଅନୁରୋଧ କରିଥିଲେ। ସଂସ୍ଥାର ସଭାପତି େଗାପୀନାଥ ମହାନ୍ତି ଏହି ଚିଠି େଲଖିଥିଲେ। ସେହିଭଳି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ୧୧ ତାରିଖ ସକାଳେ ଚିଠି ଲେଖି ତାଙ୍କର ହସ୍ତକ୍ଷେପ େଲାଡିଥିଲେ। ଏହାପୂର୍ବରୁ ‌େସାମବାର ଦିନ ଇସ୍କନ ସଂସ୍ଥା ଲୁଧିଆନାରେ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବାକୁ ଥିବା ରଥଯାତ୍ରାରୁ ଓହରିଯାଇଥିବା େନଇ ସାମ୍ବାଦିକ ସମ୍ମିଳନୀ କରି ଜଣାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ଶ୍ରୀ ପଟ୍ଟନାୟକ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଏକ କଡ଼ା ଚିଠି େଲଖିଥିଲେ। ସିଧା ସିଧା ଜଣାଇଥିଲେ େଯ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଭଜନ, ନାଟକ, ଉତ୍ସବ େଯ କୌଣସି ଦିନ କରାଯାଇପାରେ। କିନ୍ତୁ ରଥଯାତ୍ରା ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ହିଁ ପାଳନ େହବା ଦରକାର। ଗତ କେଇ ଶତାବ୍ଦୀ ଧରି ଚାଲିଥିବା ଏହି ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଉଚିତ୍।

ଲୁଧିଆନାରେ ଅ-ତିଥିରେ ରଥଯାତ୍ରା ପାଳନ ସଂପର୍କରେ ସୂଚାଇ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ, ସେପ୍ଟେମ୍ବର ୨୯ ତାରିଖରେ ଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି ଅ-ତିଥିରେ ରଥଯାତ୍ରା ପାଳନ ନିଷ୍ପତ୍ତିରୁ ଓହରିବା ଦରକାର। ଏହା େକାଟି େକାଟି େଲାକଙ୍କ ଭାବାବେଗ ଓ ସମ୍ବେଦନ ସହିତ େଯାଡି େହାଇରହିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଉଦାର ମନୋଭାବ ସହ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ।

ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ, ଖଣ୍ଡପଡା ନିର୍ବାଚନମଣ୍ଡଳୀରୁ ସେ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି, ଯାହା ନୀଳମାଧବଙ୍କ ବିେଜସ୍ଥଳୀ। ଏହି ପୀଠ ମହାପ୍ରଭୁଙ୍କ ସହିତ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ।

କିନ୍ତୁ ପଞ୍ଜାବ ସରକାର ନିଶ୍ଚିତ ଭାବେ ଜାଣିଥିବେ, ନଭେମ୍ବର ମାସରେ ଲୁଧିଆନାରେ ରଥଯାତ୍ରା ପାଳନ େହଉଛି, ଯାହାକୁ େନଇ ଓଡ଼ିଶାବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି।

ଶ୍ରୀ ପଟ୍ଟନାୟକ ଏହି ଚିଠି ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ େଯ ଯଦି ୨୫ ଡିସେମ୍ବରରେ ଯୀଶୁଙ୍କ ଜନ୍ମଦିନ ପାଳନ କରାନଯାଏ, ତେବେ କୌଣସି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଏହାକୁ ଗ୍ରହଣ କରିପାରିବେ କି? ଯଦି ଆଉ କେହି ନିର୍ଦିଷ୍ଟ ତିଥି ବ୍ୟତିରେକେ ଅନ୍ୟ ଦିନରେ ନାନକଙ୍କ ଜନ୍ମଦିନ ପାଳନ କରେ, ତେବେ ଶିଖ୍ ଧର୍ମାବଲମ୍ବୀ କ’ଣ ଆଘାତ ପାଇବେନି?

ପ୍ରତ୍ୟେକ ବର୍ଷ ଆଷାଡ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା େହାଇଥାଏ। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି। େଯମିତି ପ୍ରତିଟି ବ୍ୟକ୍ତିର ଜନ୍ମଦିନ ନିର୍ଦିଷ୍ଟ ଦିନରେ ପାଳନ େହାଇଥାଏ, ସେମିତି ରଥଯାତ୍ରା ଏହି ନିର୍ଦିଷ୍ଟ ତିଥିରେ ପାଳନ କରାଯାଇଥାଏ। ଏହା ଆଦୌ ପରିବର୍ତନ କରାଯାଇପାରିବ ନାହିଁ। କିନ୍ତୁ ଏକଥା ବୁଝାପଡୁନାହିଁ େଯ ଲୁଧିଆନାରେ ଥିବା ଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି କାହିଁକି େଘାଷଣା କରିଛି ସେପ୍ଟେମ୍ବର ୨୯ ତାରିଖରେ ସେଠାରେ ରଥଯାତ୍ରା ପାଳନ କରିବ? ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ ଓ ଏହା ହିନ୍ଦୁ ଧର୍ମୀୟ ଭାବନାକୁ ଗଭୀର ଆଘାତ େଦଉଛି େବାଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

ଉଲ୍ଲେଖଥାଉକି, ଅ-ତିଥିରେ ବିଭିନ୍ନ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ େହଉଥିବା େନଇ ଗତ କିଛି ଦିନ ଧରି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଧାୟକ ଶ୍ରୀ ପଟ୍ଟନାୟକ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ େଲାଡିବା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖିବା ପାଇଁ ଅନୁରୋଧ କରିଥିଲେ। ବିଭିନ୍ନ ସାମାଜିକ ସଂସ୍ଥା ଓ ଶ୍ରୀଜଗନ୍ନାଥଙ୍କ ସହିତ ଜଡ଼ିତ ସଂଗଠନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଇସ୍କନ କର୍ତୃପକ୍ଷ ନରମିଥିଲେ। ମାତ୍ର ରଥଯାତ୍ରା ମହୋତ୍ସବ କମିଟି କିନ୍ତୁ ଏହି ମାସରେ ପାଳନ କରିବା ନିଷ୍ପତ୍ତି େନଇଛନ୍ତି ଓ ଗତ ରବିବାର ଦିନ ପୁରୀ ଆସି ନିମନ୍ତ୍ରଣ େଦଇ ଯାଇଥିଲେ। ଏହି ପ୍ରସଙ୍ଗରେ ମଙ୍ଗଳବାର ମଧ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆପତ୍ତି ଉଠାଇ ଶ୍ରୀମନ୍ଦିର ମହାନ ପରମ୍ପରା ଓ ଶାସ୍ତ୍ରୀୟ େଘାଷଣା ଉଲ୍ଲଂଘନ କରି ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ଅ-ତିଥିରେ ନ କରିବା ଲାଗି କହିଥିଲେ। କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ମାୟାପୁର ସ୍ଥିତ ଅନ୍ତଃରାଷ୍ଟ୍ରୀୟ ଇସ୍କନ ସଂସ୍ଥାର ଅଧ୍ୟକ୍ଷଙ୍କୁ ବାରମ୍ବାର ଅବଗତି କରାଯାଇଥିବା ସଂପର୍କରେ ମଧ୍ୟ ସୂଚାଇଥିଲେ।

ସମ୍ବନ୍ଧିତ ଖବର